କୁଆଁରୀ ବର୍ଷା
କୁଆଁରୀ ବର୍ଷା


ସଦ୍ୟ ସ୍ନାତା କୁଆଁରୀ ବର୍ଷାର
ସୁବର୍ଣ୍ଣ ଅଙ୍ଗ ଦ୍ୟୁତିରେ ବିଭୋର ଆକାଶ
ସବୁ ଲୁପ୍ତ ବ୍ୟବଧାନକୁ ଏଡ଼ାଇ ଦେଇ
ଉଲଗ୍ନ ଦୃଷ୍ଟିରେ ଚାହିଁ ରହିଛି ପୃଥିବୀ
ମୁକୁଳିତ ହୋଇ ସ୍ନାନ ମଗ୍ନା ହେବାକୁ l
ସେ ଅଣାୟତ୍ତ
ଖାଲି ଟିକେ ଉଷ୍ମ ଆଲିଙ୍ଗନ ପାଇଁ
ମେଘ ବି ଆନମନା
>ବାସ କେବଳ ମାଟିର ମହ ମହ ବାସ୍ନା ଆଘ୍ରାଣ କରିବା ପାଇଁ l
ନିଜର ସବୁ ଦାମ୍ଭିକ ପଣିଆକୁ ଜଳାଞ୍ଜଳି ଦେଇ
ନଇଁ ଆସେ ଚୁମି ବାକୁ ଧରଣୀର ରଙ୍ଗ ବେରଙ୍ଗ ଗାଲକୁ
ନିଦାଘବେଳର ସବୁ ଦୋଷତ୍ରୁଟିକୁ ସ୍ୱୀକାର କରି
ଉଦବିଗ୍ନ ହୋଇଉଠେ ବାସର ରାତି ମନେଇବାକୁ
ଆଉ ପୁଣି ଗୋଟିଏ ମଧୁମିଳନକୁ ଉପଭୋଗ କରିବାକୁ l
କେଇ ଦିନର ମିଳନ ସାରି ଚାଲିଯାଏ ସେ ତା ଦୁନିଆକୁ
ଢାଙ୍କି ଦେଇ ଧରା ଉପରେ ସବୁଜ ରଙ୍ଗର ଓଢଣୀ ll