STORYMIRROR

Janmejaya Panda

Others

3  

Janmejaya Panda

Others

ଆଜି ମୁଁ ପୁଣି କାନ୍ଦିଲି

ଆଜି ମୁଁ ପୁଣି କାନ୍ଦିଲି

1 min
208

ଆଜି ମୁଁ ପୁଣି କାନ୍ଦିଲି

ଆଜି ମୁଁ ପୁଣି ହାରିଲି

ଜୀବନର ଆତ୍ମ ବିଶ୍ଳେଷଣ କରୁ କରୁ

ନିଜକୁ ନିଜ ପାଖେ ବନ୍ଦୀ ହେବାର ଦେଖିଲି ll


ଆଖିର ଡ୍ୟାମରୁ ପାଣି ସବୁ

କବାଟ ଭାଙ୍ଗି ଉଚ୍ଛୁଳି ପଡୁଥିଲେ

ବୋଧହୁଏ କେଉଁ ଅଜାଗା ଘାଆକୁ ଧୋଇଦବା ପାଇଁ,

ଅବା ଦୁଇ ଶହ ଅଶି କେଜିର ହୃଦୟକୁ

ଦୁଇ ଶହ ଅଶି ଗ୍ରାମ କରିଦବା ପାଇଁ ll



ଅନେକ ଅନୁତାପ କଲି,

ପଶ୍ଚାତ୍ତାପ କଲି

ପାଣିମାନେ ବୋଲ ମାନୁନାହାନ୍ତି ବୋଲି ଭାବିଲି

ହେଲେ ବୁଝୁ ବୁଝୁ ଜାଣିବାକୁ ପାଇଲି

ଡ୍ୟାମର(ଆଖିର)ଉପର ମୁଣ୍ଡରେ(ମନରେ )ଲଗାଣ ବର୍ଷାଚାଲିଛି

ଶବ୍ଦର ବଡ଼ ବଡ଼ ବରକୋଳିଆ ଟୋପାମାନ ମନକୁ

କ୍ଷତାକ୍ତ, ରକ୍ତାକ୍ତ କରିସାରିଲେଣି ll


 ସୁଅ ମୁହଁରେ ଖୁଣ୍ଟ ପରି ଛିଡ଼ା ନ ହେଇ 

ନଇଁଗଲେ ହୁଏତ ବଞ୍ଚିଯାଇପାରେ ବୋଲି ଭାବିଲି 

ଆଉ ମୁଣ୍ଡ ନୁଆଇଁ ଶୋଇଗଲି ll


ହାରିଯିବାଟା ବି ବେଳେବେଳେ

ଗୋଟେ ପୁରୁଷତ୍ୱର ଲକ୍ଷଣ

ଭାଙ୍ଗିଯିବାଟା ବି ବେଳେବେଳେ

ଗୋଟେ ପୁରୁଷାର୍ଥର ଆବାହନ ll


ସେଥିପାଇଁ ସବୁ ସହିଗଲି

ଚୁପଚାପ ରହିଗଲି

ନିଜ ଭିତରେ ଆଉ କାହାକୁ ଖୋଜୁ ଖୋଜୁ

ନିଜକୁ ଆବିଷ୍କାର କଲି,

ଆଉ ବାକି ଥିବା ପ୍ରେମ ଟିକକ

ଚିଲମରେ ପୁରେଇ

ଧୂଆଁ କରି ଉଡ଼େଇଦେଲି ଆକାଶକୁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍