STORYMIRROR

Janmejaya Panda

Others

4  

Janmejaya Panda

Others

ଆଖି

ଆଖି

1 min
215

କେବେ କଥା କହେ

କେବେ ଚୁପ ରହେ

ଆଉ ବେଳେବେଳେ କିଛି ନକହି ବି ସବୁ କହିଦିଏ l


ତତଲା ରଙ୍ଗହୀନ ରକ୍ତ ଗୁଡ଼ାକ

ନିଗାଡ଼ି ପକାଏ

ଟିକିଏ ନିବିଡ଼ ଆବେଗରେ l


କେବେ ତାର ବୁନ୍ଦେ ପାଣି

ଜାକିଜୁକି ହୋଇ ଆଉଜି ପଡ଼େ

ଉପର ବରଡ଼ା

ଆଉ ତଳ ବରଡ଼ା ସନ୍ଧିରେ l


ଦୁଇଟି ହୃଦୟର

ଆକ୍ସିଡେଣ୍ଟର ସାକ୍ଷୀ ହୁଏ

ପୁଣି ମୃତ୍ୟୁ ପରେ

ଶୋଭାଯାତ୍ରାରେ ଯାଏ "ରାମ ନାମ ସତ୍ୟ ହେ" କହି କହି l


ଧର୍ମଛଡ଼ା ହେଇ

ଦର୍ଶନୀୟ ନୁହେଁ ବୋଲି 

କେବେ ଅଳି କରିନି,

ମନ ଓ ହୃଦୟର ସଂଘର୍ଷରୁ

କେବେ ଦୂରେଇ ଯାଇନି l


ପ୍ରାପ୍ତି - ଅପ୍ରାପ୍ତିର ଉର୍ଦ୍ଧ୍ୱକୁ ଯାଇ 

ନିର୍ବାଣ ପାଇବାର

ଅଭିଳାଷ ବି କେବେ ନାହିଁ ତା ମନରେ,

ସବୁ ଗୋପନୀୟତାର

ଚି଼ହ୍ନା ସ୍ୱର ହେଇ

ବାସ !

ଗୁଞ୍ଜରିତ ହେବାକୁ ଚାହେଁ ପ୍ରତି କାନରେ l



Rate this content
Log in