Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jasoda Majhi

Inspirational

4  

Jasoda Majhi

Inspirational

ମୋ କାଳିଆ ସୁନା

ମୋ କାଳିଆ ସୁନା

1 min
403



ଶୁଣ ମୋ କାଳିଆ ସୁନାରେ

   ଶୁଣ ମୋ କଥାକୁ ଟିକେ,

ଦୁଃଖ ବାଣ୍ଟି ଜାଣୁ ସଦା ତୁ ସଭିଙ୍କୁ

    ସୁଖ ଦେଉ ନା ତୁ କେବେ ।


କାଲା ହେଲୁଣିକି ତୁ ରେ କାଳିଆ

  ଶୁଭେନା କାହାର ଡାକ

ଆଶୀର୍ବାଦ ରୂପେ ଦେଉନା ତୁ କିଛି

     ଦେଉ ଖାଲି ଟିକେ ଭିକ।


ତୋର ନାମ ଗାଇ ବ୍ରତ ଉପାସରେ 

   ଦିନ ମୋ ଯାଉଛି ବିତି

 ଦିନ ବାର ମାନି କେତେ ଯେ ନିୟମ

   ଦେଖୁଛୁ ତୋ ଚକା ଆଖି।


ତୋର ଭାବନାରେ ନୀତି ବୁଡିଥାଏ

  ଜାଣିଛୁ ତୁ ପରା ନିଜେ,

 ସପନରେ ମୋର ଆସିଲେ ତୁ ଧନ

   ତୋ ପ୍ରେମରେ ମୁଁହି ଭିଜେ।


ଭକତେ ତୋହର ଭଜନ ଗାଆନ୍ତି

  ଚଢ଼ାନ୍ତି ତୋ ଦେହେ ମାଲ

ସଭିଙ୍କ ଦୁଃଖକୁ ଦୂର ନ କରିକି

     କରୁ ଖାଲି କଲବଲ।

 

 ଶୁଣ ମୋ କାଳିଆ ସୁନାରେ

   ଶୁଣ କଥା ମୋ ଟିକେ

 ତୋର ନାମ ମୋର ତୁଣ୍ଡରେ

   ଥିବ ଜୀବନ ଯାକେ... ll 


Rate this content
Log in

Similar oriya poem from Inspirational