Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

MANAS KUMAR KAR

Romance Classics Inspirational

3.5  

MANAS KUMAR KAR

Romance Classics Inspirational

ମୋ ଗାଁ କୋତାଙ୍ଗ

ମୋ ଗାଁ କୋତାଙ୍ଗ

1 min
325


ଭାରି ଭଲ ଲାଗେ ମୋତେ

             ମୋ ଗାଁର ମାଟି

ଆଉ ତାଠୁ ଭଲ ଲାଗେ

        ବୋଉ ହାତ ରନ୍ଧା ପଖାଳ ବଡି ।


ନନାଙ୍କ ଆକଟ ବୋଉର ଆଦର

        ଜୀବନରେ ଥରେ ମିଳିଥିଲା

ସେହି ଆକଟ ଭିତରେ କଟିଗଲା ପିଲାଦିନ

                 ସାଙ୍ଗ ସାଥି ମେଳେ ।


ସମୟ ପାରିଲି ନାହିଁ ଜାଣି

        ଲୁଚକାଳି କବାଡି ଖେଳରେ

ଗାଁ ଗୋହିରିରେ ବରଷା ଦିନରେ

        ଭିଜିବାକୁ ଲାଗେ ଭାରିଭଲ ।


ରଜ ଦୋଳି ପୋଡ଼ ପିଠା

        ଝିଅଙ୍କର ସଜବାଜ

ସାଧବ ବୋହୁଟି ପଢେ

        ଲକ୍ଷ୍ମୀ ଙ୍କ ପୁରାଣ ।


କେତେ ମଜା ଲାଗେ

        ସବୁଜ ଧାନର କ୍ଷେତ

ଚାଷୀଭାଇ ହସୁଥାଏ

       ଅଣ୍ଟାରେ ଦେଇଜେ ହାତ ।


ଆଦାନ ପ୍ରଦାନ ଭାବ ପୀରତିରେ

       ଭରିରହିଅଛି ଆମ କୋତାଙ୍ଗ ଗ୍ରାମ

ତ୍ରିବେଣୀ ଅମାବାସ୍ୟା ର ଗାଁର ମେଳଣ

       ଛୋଟ ଛୋଟ ପିଲାଙ୍କର ଆନନ୍ଦ ଯେ ମନ

ମାଟି କାନ୍ଥ ଚାଳ ଘର ଝୋଟି ଲଗା ଚିତା

      କେତେଯେ ସୁନ୍ଦର ଲାଗେ ହାଏରେ ବିଧାତା....

କବିତାଟି କେମିତି ଲାଗିଲା ମତାମତ ଜଣାଇବେ.

ମାନସ କୁମାର କର (ବୁଲୁ )

କୋତାଙ୍ଗ, କୋଣାର୍କ, ପୁରୀ

ମୋ -7381382210



Rate this content
Log in

Similar oriya poem from Romance