Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Inspirational

4.8  

Gobinda Chandra Sethi

Inspirational

ମୋ ଦେଶ

ମୋ ଦେଶ

1 min
386


ଭାରତ ମୋର ଦେଶ

କାଶମିରଠୁ କନ୍ୟାକୁମାରୀ

ରହିଛି ତାର ବେଶ l


ଥିଲା ଫିରିଙ୍ଗୀ ଗ୍ରାସ

ହଟାଇ ଦେଲା ଅହିଂସା ବଳେ

କରି ତାହାକୁ ନାଶ l


ହସୁଛି ମୋର ଦେଶ

ଆମ ଦେଶରେ ଆମେ ନାଉରୀ

ନାହିଁ କାହା ପ୍ରବେଶ l


ଦେଖ ସୀମାନ୍ତ ଦେଶ

ସୀମାରେ ଆମ ସୈନିକ ଦେଖି

ଡରେ ଅନୁପ୍ରବେଶ l


ଦେଖ ତିରଙ୍ଗା ହସ 

ଶାନ୍ତି ଓ ମୈତ୍ରୀ, ଦୟା ଓ କ୍ଷମା

ଦିଏ କେତେ ସନ୍ଦେଶ l


ଦେଖ ଆମର ଦେଶ 

ଜାତି ଧର୍ମର ନାହିଁ ବିବେଧ 

କରୁ ଏକାଠି ବାସ l


ଆଜି ଆମର ଦେଶ

କେତେ ଭାଷାରେ ଆମ ସାହିତ୍ୟ

ଦିଏ ଜ୍ଞାନ ଅଶେଷ l


ଦେଖ ମୋ ପ୍ରୀୟ ଦେଶ

ଚିର ସୁନ୍ଦର ଚିର ଅମର

ଏ ସ୍ୱାଧୀନ ଦିବସ l


ଧନ୍ୟ ଧନ୍ୟ ମୋ ଦେଶ

ମହି ମଣ୍ଡଳେ ଆଜି ସେ ଶ୍ରେଷ୍ଠ

ଦିଏ କେତେ ହରଷ l


Rate this content
Log in

Similar oriya poem from Inspirational