STORYMIRROR

Sanatan Das

Inspirational

4.8  

Sanatan Das

Inspirational

ମୋ ବାପା

ମୋ ବାପା

1 min
13K


ବାର ବରଷର ତପସ୍ୟା ମୁଁ ସତେ ଅବା କରିଥିଲି,

ପାଇଲି ତୁମକୁ ଜନକ ରୂପେ ପୁଣ୍ୟ କେତେ ଅରଜିଲି ।

ବାଟ ଭୁଲି ଯେବେ ଅବାଟରେ ଚାଲିଯାଇଥିଲି ମୁହିଁ,

ପାପୁଲି ଧରି ଟାଣିଆଣି ଥିଲ ସ୍ନେହର ଆକଟ ଦେଇ ।।

ବାପା ବୋଲି ଡାକିଦେଲେ ମୁହିଁ ଚାହିଁ ହସି ଦିଅ ତୁମେ,

ପାଖକୁ ଆସି କୋଳେଇ ନିଅ ମଥା ମୋର ଓଠ ଚୁମେ।

ବାପା ଶବ୍ଦଟି ସନ୍ତାନର ଦମ୍ଭ ନିଡର କରେ ଆମକୁ,

ପାବନ ସମ୍ପର୍କ ଅମ୍ଳାନ ରହେ ସବୁ ଦିନ ସବୁ ଯୁଗକୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational