STORYMIRROR

Sanatan Das

Fantasy Others

4  

Sanatan Das

Fantasy Others

ହଜିଲା ସ୍ମୃତି

ହଜିଲା ସ୍ମୃତି

1 min
393


ସ୍ମୃତି ତୁମେ କଅଁଳ ଶିଶୁର ହସଟିଏ,

ସ୍ମୃତି ତୁମେ ବାଲିଘରର ସାଥୀଟିଏ,

ଆଉ କେବେ ମଶାଣି ଭୁଇଁରେ

ଯୁଇ ଜଳି ଗଲା ପରେ

ମୁଠାଏ ପାଉଁଶର ସ୍ତୁପଟିଏ ।।


କେବେ ପୁଣି ଗାଧୁଆ ତୁଠରେ

ପାଦ ଘଷା ମୁଗୁନି ପଥରଟିଏ

କୁଆଁରୀ ପାଦର ଚିହ୍ନଟିଏ

କେବେ ପୁଣି ଗୋଧୂଳି ଲଗନେ

ଭାବ ଦିଆ ନିଆ କ୍ଷଣଟିଏ ।।


ସ୍ମୃତି କେବେ ଚାଟଶାଳୀରୁ

ମହାବିଦ୍ୟାଳୟ ଯାଏ ଗପଟିଏ

କେବେ ପୁଣି ଶୈଶବରୁ ମରଣର

ଅଡ଼ୁଆ ସୂତାର ଗଣ୍ଠିଟିଏ ।।


ସ୍ମୃତି ରେ ସ୍ମୃତିକୁ ଖୋଜିବାକୁ ଯାଇ

ମୁଁ ହଜିଯାଇଥିବା ପଥିକଟିଏ,

ମରୀଚିକା ପଛେ ଧାଇଁ ଧାଇଁ

କାଳର ସ୍ରୋତରେ ଭାସିଯାଇଥିବା ସ୍ମୃତି ଟିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy