STORYMIRROR

Sanatan Das

Romance

4  

Sanatan Das

Romance

ବର୍ଷା ଆଉ ମୁଁ

ବର୍ଷା ଆଉ ମୁଁ

1 min
279

ବରଷି ଯାଉଛି କଳା ବାଦଲରୁ ଟୋପା ଟୋପା ପାଣି

ଶୀତେଇ ଉଠୁଛି ସାରା ଦେହ ।।

ଥିରି ଥିରି ପବନରେ କାନ କୁହା କଥା

ଶିହରାଇ ଦିଏ ତନୁ ମନ ।।

ଭାରି ମନେ ପଡୁଛ ତୁମେ

ବର୍ଷା ସନ୍ଧ୍ୟାର ମଳିନ ବେଳରେ ।।

ତୁମର ସେ ଭିଜା ପଣତ

ଭିଜାନୁ ଲମ୍ବିତ କେଶ

ସିକ୍ତ ନୟନ ଯୁଗଳ

ହୃଦୟରେ ବିଜୁଳି ମାରି ଚାଲିଯାଏ ।।

ଖାଲି ପାଦରେ ତୁମ ହାତ ଧରି

ତୁମ ସହ ଚାଲିବାର ମଜା

ପଛକୁ ପେଲିଦିଏ ସ୍ମୃତିର କାଚ ଘରକୁ ।।

ଆଉ ଭାବିବାକୁ ବାଧ୍ୟ କରେ ସେଇ ବର୍ଷାରେ

ତୁମର ଚେହେରାକୁ,

ଯାହା ପାଇଁ ମୁଁ, ଆଜି ବି ଚାହିଁଛି

ଅପେକ୍ଷା କରି ତୁମର ଆଗମନକୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance