STORYMIRROR

Sanatan Das

Others

4  

Sanatan Das

Others

ବନ୍ଧୁ

ବନ୍ଧୁ

1 min
234

ଗୋଟିଏ ଟିଫିନ୍ ବାକ୍ସରେ ଅନେକ ହାତ,

ଜୀବନରେ ବନ୍ଧୁର ପ୍ରଥମ ପ୍ରଥମ ସଂକେତ

ଲୁଚି ଲୁଚି ଖାତା ଚିରି କାଗଜ ଡଙ୍ଗା କରି

ଯୁଡୁବୁଡୁ ଓଦା ହୋଇ

ବର୍ଷା ପାଣିରେ ଭସାଇବା ତାଳି ମାରିବା

କାଦୁଆ ରାସ୍ତାରେ ଜାଣିଶୁଣି ଚାଲିବା ।


ଆଉ ସାଙ୍ଗକୁ ଟାଣି ଆଣି ସେଥିରେ ପକାଇବା

ସଭିଏଁ ମିଶି ଖେଳ ପଡ଼ିଆରେ ଖେଳିବା

କ୍ଷଣିକରେ ରାଗିବା ଆଉ କଟି ପକାଇବା

ପରମୁହୂର୍ତ୍ତରେ ସାଙ୍ଗ ହୋଇ ବରକୋଳି ଆଚାର ଖାଇବା

ମିଛ କହି ସାଙ୍ଗକୁ ମାଡ଼ରୁ ରକ୍ଷା କରିବା

ଛପି ଛପି ତେନ୍ତୁଳି ଆଉ କଣ୍ଟେଇ କୋଳି ଖାଇବା

କଙ୍କି ଆଉ ପ୍ରଜାପତି ଧରିବା ।


ପଖାଳ କଂସା ରେ ଭାତ ଖାଇସାରି

ଖରାଦିନେ ଆମ୍ବ ଗଛ ଛାଇରେ ଶୋଇବା

କେତେ ଯେ ଲେଖିବି ପୋଥି ହୋଇଯିବ କାହାଣୀ ନୁହେଁ ଏ ସତ

ଶବ୍ଦର ଅଭାବ ପଡ଼ିବ ମୋତେ ବତାଇବାକୁ ଆମ ବନ୍ଧୁତ୍ୱ!


ସଦା ହସୁଥା ଅ ଅମ୍ଳାନ ହୋଇ ସ୍ନେହର ପରଶ ନେଇ

ବନ୍ଧୁତ୍ୱ ଦିବସେ ଏତିକି ପ୍ରାର୍ଥନା ମୋ ବନ୍ଧୁ ମାନଙ୍କ ପାଇଁ

ପ୍ରଭୁଙ୍କ ଦୟାରୁ ଆମରି ବନ୍ଧୁତ୍ୱ ରହୁ ଚିର ଦିନ ପାଇଁ

ସବୁ ଜନମ ରେ ଆସୁଥାଅ ବନ୍ଧୁ ମୋର ସାଙ୍ଗ ହୋଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍