STORYMIRROR

Reeta aparajeeta Mohanty

Abstract Others

3  

Reeta aparajeeta Mohanty

Abstract Others

ମୋ ବାପା

ମୋ ବାପା

1 min
343

ସେ ସିନେମାର ନାୟକ ନୁହଁନ୍ତି

ହେଲେ ମୋ ଜୀବନ ଚଳଚ୍ଚିତ୍ରର ହିରୋ ପରି

ବାପା ତୁମ ବିଶାଳତା କଣ କବିତାରେ ଆଙ୍କିହେବ

ତଥାପି ଲେଖୁଛି ତୁମ ଆଶୀର୍ବାଦରୁ

ମୋ ପ୍ରତି ଯନ୍ତ୍ରଣାରେ ଅମୋଘ ଔଷଧ ପରି

ମୋ ଜୀବନର ବର୍ଷାରେ ତୁମେ ରେନକୋର୍ଟ ପରି ।

ମୋ ଓଠର ପ୍ରତ୍ୟେକ ହସରେ ତୁମ ଅଛ ବାପା

ଝିଅ ଟିଏ ବୋଲି କେବେ ଅବହେଳା କରିନ

ମତେ ଆପଣେଇ ନେଇଛ ନିଜ ଗଳା ର ମାଳା ପରି

ତୁମ ଆଖିର ସ୍ୱପ୍ନ ପରି

ମୁଁ ଭଲ ଝିଅ ହେଇପାରିଲିକି ନାହିଁ

ତା ଜଣା ନାହିଁ

ହେଲେ ତୁମେ ବିଶ୍ୱରେ ସବୁଠୁ ଭଲ ବାପା

ମତେ ଯେତେ ଜନ୍ମ ମିଳୁ ତୁମ ପରି ବାପା

ମୋ ବୋଉର ସାନିଧ୍ୟ ମିଳୁ।

ତୁମରି ମାନୁ

କେବେ ଭୁଲିବନି ମନୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract