Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Classics Others

4  

ABADHOOT PANDA

Classics Others

ମନୁଷ୍ୟତ୍ୱ

ମନୁଷ୍ୟତ୍ୱ

1 min
328


କରିଥିଲି ମୁହିଁ ଅଭିଳାଷ କରିବାକୁ ପ୍ରବେଶ

ଉଦାସୀ ଚିତ୍ତେ ଗୋରଖ ଧନ୍ଦାର ମାୟା

ଜାଲେ ଖୋଜି ଖୋଜି ଜୀବନ୍ତ ରହସ୍ୟ

ଆଉ ସମୀକରଣଗୁଡ଼ିକ ଏହାର ତଥା

ପଚାରିଥିଲି ଅନେକ ତତ ସଂଲଗ୍ନ ପ୍ରଶ୍ନ

ପୁଞ୍ଜ ପାଇବାକୁ ସମାଧାନ ସତ୍ୱର l


କେମିତି ମୋର ଅସାଧୁ ଚରିତ୍ରକୁ

କରିବି ନିୟନ୍ତ୍ରଣ ତଥା ସତ୍ୟପୂର୍ଣ୍ଣ

ମାନବୀୟ ସାଧୁତାକୁ କରିବି ରୋପଣ

ମୋର କାୟ ମନ ବାକ୍ୟେ ପଚାରିଥିଲି

ଗୋରଖ ଧନ୍ଦାକୁ ନିରନ୍ତର l


କେମିତି କରିବାକୁ ପରାଭୂତ ମୋର

ସୀମାହୀନ ନ୍ୟା୍ୟୋଚିତ ସମୀକ୍ଷା

ରାଜିକୁ ସମ୍ମୋହିତ ଆତ୍ମ ପ୍ରତାରକ

ଅଧିବେଶନ ସହିତ ମୋର ନିଜ

ମଧ୍ୟରେ ବନ୍ଦୀଥିବା ପ୍ରବୃତ୍ତି ସକଳକୁ

ନକରି ପାତର ଅନ୍ତର l


କେମିତି ମୋର ମାୟା ଜାଲ ଘେରା

ଧରମକୁ ଆଉ ମୋର କପଟତା ପୂର୍ଣ୍ଣ

କରମଗୁଡିକୁ କରିବି ବଶବର୍ତ୍ତୀ ଯାହା

ନୁହେଁ ମୋର ସହାନୁଭୂତିର ପାତର

ବରଂ ଏକ ପର ଉତ୍ପୀଡ଼କ ସାମାଜିକ

ନାଟକ ବିଶ୍ୱ ରଙ୍ଗ ମଞ୍ଚର l


ଅଛିକି କିଛି ଉପାୟ ମୁକୁଳିବାକୁ ଏଇ

ଗୋରଖ ଧନ୍ଦା ବୁଢିଆଣୀ ମାୟା ଜାଲୁ

ପରାଜିତ କରିବାକୁ ତାର ଶୈତାନୀ

ପ୍ରଭାବ ଭିତରୁ ଆଉ ବ୍ୟତିରେକ

ତାହାର ପ୍ରାଣଘାତୀ ପ୍ରବଞ୍ଚକ କୁପ୍ରଭାବ

ଭୁମଣ୍ଡଳୁ ନିର୍ମଳ ଚିତ୍ତରେ l


କେମିତି କରିବି ମୁଁ ପୁନଃରୁଦ୍ଧାର ମୋର

ନମ୍ରତାପୂର୍ଣ୍ଣ ସ୍ଥିର ବୁଦ୍ଧିକୁ ଆଉ ଚିର 

ପର୍ଯ୍ୟବେକ୍ଷଣ ପାରିବି ମୁଁ କରି ପ୍ରାଞ୍ଜଳ

ରୂପେ ମୋ ଭିତରେ ସନ୍ନିହିତ ଦେବତ୍ୱ

ବିନା ସନ୍ଦେହେ ନିରନ୍ତରେ l


ମୋର ମାନବ ସତ୍ତାର ଗଭୀରତା

କହି ଚାଲିଲା ମୋତେ ନରଖି ତିଳେ

ପ୍ରାଣେ ସନ୍ଦିଗ୍ଧତା,ହଟେଇଦେବାକୁ

ମୋର ହୃଦୟବିଦାରକ ପରପୀଡ଼କ

ବ୍ୟଭିଚାର ତଥା ଆଲିଙ୍ଗନ କରଣେ

ସପ୍ରେମେ ସାର୍ବଭୌମିକ ସମବେଦନା

ଗଢ଼ି ବାକୁ ବିଶ୍ୱେ ଏକ ସତ୍ୟପୂର୍ଣ୍ଣ

ମାନବତାବାଦର ସାମ୍ରାଜ୍ୟ ସଧିରେ l


କେବଳ ଏକ ସୁବିଧାଯୁକ୍ତ ସମବେଦନା

ନୁହେଁ ବରଂ ଗଭୀର ଆତ୍ମ -ପରୀକ୍ଷିତ

ସମ୍ବେଦନଶୀଳତା ସମ୍ପାଦିତ କରିଚାଲେ

ପ୍ରକୃତରେ ଏକ ମାନବୀୟ କଳା ଯାହାକୁ

ମୁଁ ଗଭୀର ଭାବେ ଅନୁଭବ କରେ ମୋ

ନିଜ ହୃଦୟାଭ୍ୟନ୍ତରେ ମୋର ସାଥୀ 

ମାନବଗଣଙ୍କ ଓ ଅନ୍ୟାନ୍ୟ ପ୍ରତ୍ୟେକ

ମାନବୀୟ ସତ୍ତାଗଣଙ୍କ ଯନ୍ତ୍ରଣା,ଫଳତଃ

ଉଦ୍ଭାସିତ ହୁଏ ମୋ ହୃଦୟେ ଏକ

ସତ୍ୟ ସନ୍ଧ ମାନବତା ବୋଧ ଆଲୋକର

ସ୍ରୋତେ ଚରାଚରେ ।


Rate this content
Log in

Similar oriya poem from Classics