STORYMIRROR

SIPRA NAMTA

Romance

3  

SIPRA NAMTA

Romance

ମନର ମାନସୀ

ମନର ମାନସୀ

1 min
13.5K


ମନର ମାନସୀ ତୁମ ରୂପ କଳ୍ପି

ଆଙ୍କିଯାଏ ଚିତ୍ର କଳ୍ପ

ଆକାଶ ର ଭସା ବଉଦ କଳାରୁ

ନୟନେ କଜ୍ଜଳ ଲେପ ।।

ଚନ୍ଦ୍ରମାର ହାସ ମଧୁର ସୁହାସ

ଅଧର ତଳେ ତୁମରି

ଛଳ ଛଳ ଆଭା ସଜ୍ଜଳ ଲୋଚନେ

ପ୍ରେମର ଇଙ୍ଗିତ କରି ।।

ତୁମ ଘନ କୃଷ୍ଣ କବରୀ କେରାରେ

ଦେଖେ ମୁଁ ନୀଶିଥ ତୃଷ୍ଣା

ବିଶାଳ ପୃଥିବୀ ଚୈତନ ସୁଧାରେ

ସଂସାର ଲାଗେ ବିତୃଷ୍ଣା ।।

ଚୂର୍ଣ୍ଣ କୁନ୍ତଳ କୋପଳେ ତୁମର

ଲୁଭାବନ ଦେଖାଯାଏ

ଧନୁ ସମ ତୁମ ଭୃଲତା ଆଖିର

କାମ ବାଣେ ମନ ମୋହେ ।।

ହୃଦୟେ ମୋହର ଯେତିକି ଉତ୍ତାପ

ସେ ବାଣେ ଉଠଇ ନିତି

ତୁମେ ଯେ ନାୟିକା ଆଗୋ ଚନ୍ଦ୍ର ମୁଖୀ

ଆସ ଗୋ ଦେବାକୁ ପ୍ରୀତି ।।

ତୁମ ବିନା ଲାଗେ ନିଃସଙ୍ଗ ଜୀବନ

ଯେତେ ଯିଏ ଥାଉ ପାଶେ

ଜୀବନ କୁ ଆଉ ଜଳାଅ ନାହିଁ ଗୋ

ହୃଦୟ ଯନ୍ତ୍ରଣା ରୋଷେ ।।

ବକ୍ଷ ତୁମର କ୍ଷୁଦ୍ର ପର୍ବତ

ଆଶ୍ରୟ ଦେଇ ମୋତେ

ଚନ୍ଦନ ସମ ଶୀତଳ ପ୍ରଲେପ

ବୋଳି ଦିଅ ମୋର ଚିତ୍ତେ ।।

ସୂକ୍ଷ୍ମ କଟୀ ତୁମ ପାହାଡୀ ନିର୍ଝର

ବାସନ୍ତୀ ବସନା ବାରେ

ପ୍ରେମ ସ୍ରୋତେ ତୁମ ଭସାଇ ଦେବି ମୁଁ

ତୁମ ପ୍ରୀତି ପ୍ରଣୟରେ ।।

କୋଳରେ ତୁମର ଶୁଆଇ ଦେଇ ଗୋ

ଦିଅ ସ୍ନେହର ପରଶ

ଚାନ୍ଦିନୀ ର ସମ ମୁଖ କିରଣ ରେ

ପ୍ରାଣ ହେଉ ମୋର ତୋଷ ।।

ବାହୁ ବନ୍ଧନରେ ବାନ୍ଧି ନେଇ ଥରେ

ମୁଖ ଚୁମ୍ବ ଦେଇ ପ୍ରିୟା

ଜ୍ଜ୍ୱଳନ ମୋହର ଶାନ୍ତ କର ଗୋ

ତୃପ୍ତ ହେଉ ମୋର ହିଆ ।।

ସତେ ବା ଶ୍ରାବଣ ଜାଳୁଛି ପରାଣ

ତୁମ ପାଇଁ ବିଭାବନୀ

ବରଷା ଛୁଆଁ ତ ପାଗଳ କରୁଛି

ତୁମ ପାଇଁ ରତି ରାଣୀ ।।

ଝର ଝର ହୋଇ ଥରେ ବୋହି ଆସି

ମିଶି ଯାଅ ମୋ ବକ୍ଷରେ

କ୍ଷୋଭ ଶାନ୍ତହେଉ ,ଜେନ୍ହ ପ୍ରାଣ ସଖୀ

ନଦୀ ମିଶଇ ସାଗରେ ।।

ତୁମେ ମୋ ନାୟିକା ମୁଁ ତୁମ ନାୟକ

ବିଧି ଲେଖୁ ଏହି ଗାଥା

ମାନସ ପଟରୁ ଆସ ତୁମେ ଥରେ

ବାସ୍ତବରେ ଚିତ୍ର ଲେଖା ।।


ସିପ୍ରା ନାମତା ( ନମ୍ରତା )

ବାରିପଦା

8249850168


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Romance