Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna N.K. Behera

Tragedy Action

4  

Kabiratna N.K. Behera

Tragedy Action

ମଣିଷ ଖୋଜୁଛି ମଣିଷଟିଏ

ମଣିଷ ଖୋଜୁଛି ମଣିଷଟିଏ

1 min
330


      

ଆଜିକାଲି ହେଲା ଏ କି ଦୁନିଆଁ 

ମଣିଷ ଖୋଜୁଛି ମଣିଷଟିଏ 

ଦେଖୁଛି କା' ଭିତରେ ଅଛି ମଣିଷ ପଣିଆଁ,

ଏୟାକୁ ତାକୁ ଦେଖି ହୁଏ ଛାନିଆଁ 

ଚାରିଆଡେ ବ୍ୟାପେ ମିଛ କୁହୁଡି ଧୂଆଁ ।

 

ଆପଣା ପର ସାଉଁଟିବାକୁ ଭାରି ବ୍ୟାକୁଳ 

ମଣିଷ ଖୋଜୁଛି ମଣିଷଟିଏ 

ହୃଦୟଟା କାହାର ଅଛି ସ୍ଵଚ୍ଛ ନିର୍ମଳ, 

ଧନ ଗଦାଇବାକୁ ଖାଲି ପାଗଳ 

ଯାଉ ପଛେ ଶାନ୍ତି କରେ ଗଣ୍ଡଗୋଳ ।

 

ସ୍ଵାର୍ଥର ପଙ୍କରେ ହୋଇ ଜୁଡୁବୁଡ 

ମଣିଷ ଖୋଜୁଛି ମଣିଷଟିଏ 

ଯେଉଁଠି ଦେଖେ ସେଇଠି ଗଡବଡ, 

ଥିଲେ ବି ତା ପାଶେ ଧନରତ୍ନର ପାହାଡ 

ଅନ୍ୟାୟ ଅନୀତିରେ ଭାଙ୍ଗେ ବନ୍ଧ ବାଡ ।

 

ଏଠି କଥା ଦିଆନିଆ ପାଣିର ଗାର 

ମଣିଷ ଖୋଜୁଛି ମଣିଷଟିଏ 

ସୁସ୍ଥ ସବଳ ମାନସିକତା ଅଛି କାହାର ?

ସବଳ କରେ ଦୁର୍ବଳ ଉପରେ ପ୍ରହାର 

ସରଳ ନିରିହ କରେ ହାହାକାର ।

 

ପ୍ରିୟା ପ୍ରୀତିରେ ଚାଲିଛି ଜୀବନ ଜୁଆ

ମଣିଷ ଖୋଜୁଛି ମଣିଷଟିଏ 

କେଉଁଠି ଅଛି ଅଚଳାଚଳ ସମ୍ପତ୍ତି ଥୁଆ ?

ପାଚୁଛି ବେଲ ଲାଭ ପାଉନି କୁଆ

ବୋତଲ ପାଣିରେ ହୁଏ ସଂପର୍କ ଦିଆନିଆ ।

 

ମନ ବଳାଇ ମାଗଣାରେ କରିବାକୁ ଖିଆପିଆ 

ମଣିଷ ଖୋଜୁଛି ମଣିଷଟିଏ 

ବିପଦ ଆପଦ କାଳେ ପାଶେ ହୁଏନା ଠିଆ, 

ମହକ ଛୁଟେ ନଈକୂଳେ ଫୁଟି କିଆ ଫୁଲ

ମଧୁପ ପାଏନା ମଧୁ ହୁଏ ସେ ଭକୁଆ ।

 

କାହାକୁ କିଛି କାମ ଦେଇ ଏଠି 

ମଣିଷ ଖୋଜୁଛି ମଣିଷଟିଏ 

ଭାବୁଛି ଏ ସବୁ ତା ପାଇଁ କି ବେଠି ? 

ଆପଣାପଣ ଜାହିର କରି ଖାଏ ମାଠି 

ସିଧା ସଳଖ ନ ମିଳିଲେ ଦେଖାଏ ଲାଠି ।

 

ଯୁଗ ଖରାପ କହି ଆପଣା ଦୋଷ ଢାଙ୍କି 

ମଣିଷ ଖୋଜୁଛି ମଣିଷଟିଏ 

କୁମ୍ଭୀର ସାଜି ରକତ ଖାଏ ଘର ଢିଙ୍କି, 

ବେଙ୍ଗ ମୁହଁରେ ପଡିଯିବ କି ଶିଶୁ କଙ୍କି... 

ଆପଣାର ପ୍ରମାଦ ଗଣି ରହେ ଖାଲି ଶଙ୍କି ।

 

  


Rate this content
Log in

Similar oriya poem from Tragedy