STORYMIRROR

Satyanarayan Sahoo ( Neetu )

Romance

3  

Satyanarayan Sahoo ( Neetu )

Romance

ମନେ ପଡେ ତୁମ କଥା

ମନେ ପଡେ ତୁମ କଥା

1 min
222

ସ୍ଵପ୍ନାତୁର ସେହି ନିଶୂନ ନିଶୀଥେ

 ମନେ ପଡ଼େ ତୁମ କଥା

ବିରହ - ବିଧୁର ଛାତିରେ ମୋହର

ଶୋଇଥିଲ ପାତି ମଥା ll


ଅସଜଡ଼ା ତୁମ ଅଳକ ଗନ୍ଧେ

ମୁଦି ଦେଇଥିଲି ଆଖି

କୋଟି ପ୍ରଣୟର ଅୟୁତ ଆବେଗେ

ଭିଡ଼ି ଧରିଥିଲ ସଖୀ ll


ଜହ୍ନ ହସୁଥିଲା ବିଜନ ଆକାଶେ

ଆମେ ଥିଲେ ନଈ ତୁଠେ

ମନେ ଅଛି ପ୍ରିୟା ଚୁମ୍ବନ କେତେ

ଆଙ୍କିଥିଲ ମଧୁ ଓଠେ...??


ଲାଜ ପଖଳା ସେ ଅଶିଣ ସଞ୍ଜରେ

କାଶତଣ୍ଡି ଦେଖି ଦେଲା

ବିମୁଗ୍ଧ - ବିଧୂତ ଛାତିରୁ ତୁମର

ପଣତ ଟା ଖସି ଗଲା ll


ପଣତ ଭିଜାଇ ଜ୍ୟୋତ୍ସ୍ନା ରଜନୀରେ

ନଈ ଦୂରେ ଗଲା ବହି

ଠିକଣା ହଜାଇ ସମୟ ସୁଅରେ

ତୁମେ ବି ଗଲ ଦୂରେଇ ll


ପାହାନ୍ତି ପ୍ରହରେ ଫେରିଥିଲ ତୁମେ

ବୁହାଇ ଲୁହର ନଈ

ସେ ଲୁହ ନଈକୁ ଛାତିରେ ସାଇତି

ଏବେ ବି ବଞ୍ଚିଛି ମୁହିଁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance