STORYMIRROR

DILIP KUMAR SAHOO

Tragedy

3  

DILIP KUMAR SAHOO

Tragedy

ମନେ ପଡେ ପୂଜା ମଜା

ମନେ ପଡେ ପୂଜା ମଜା

1 min
252

          

   ଶରତେ ହସୁଛି ଧରା ଆସିଛି ଦଶରା

   ମେଲିଦେଇ ଚଉଦିଗେ ରଙ୍ଗର ପସରା

           ଜହ୍ନ ହସେ ଖିଲିଖିଲି

          କାଶଫୁଲେ ନଈବାଲି

   ମାଟିକୁ ଭିଜେଇ ଦିଏ ଶିଶିର ଅସରା

   ଭାବନାରେ ରହିଗଲା ଏସନ ଦଶରା …..

     ମନେପଡେ ପୂଜା ମଜା

     ସାଜ୍ଜସଜ୍ଜା ଢାକ୍ ବାଜା

    କରୋନା ଡରରେ ସବୁ

    ହୋଇଗଲା ଦିଗହଜା

     ଚାରିଆଡେ କଟକଣା

    ସହରଟା ବାଟବଣା

    ଘରେ ବ୍ରତ ଉପାସନା

     ଦେବୀଙ୍କୁ ଦେଖିବା ମନା

ବିନା ଆଡମ୍ବରେ ପୂଜା, ରଖି ପରମ୍ପରା

ଭାବନାରେ ରହିଗଲା ଏସନ ଦଶରା …..

      ସବୁ ସାହି ସବୁ ଗଳି

      ଭାବନାବ କୋଳାକୋଳି

       କାହାପାଇଁ ଦୀପ ଜାଳି

     କିଏ କରେ କେତେ ଅଳି

        ସପନର ରଙ୍ଗ ବୋଳି

        ପ୍ରେମର ମହକ ଢାଳି

         ଉଡିଯାଏ ମନଦୋଳି 

         ପ୍ରଜାପତି ହଳିହଳି

   ପୂଜା ବଜାରର ମଜା ନିଆରା ନିଆରା

  ଭାବନାରେ ରହିଗଲା ଏସନ ଦଶରା …..

       ରାତି ଲାଗେ ଦିନପରି

       ଆଲୁଅର ଫୁଲଝରି

       ଅଜଣାତେ ମନ ଚୋରି

       ଆଖି ଆଖି ଠରାଠରି

       ନୀଳ ନଈ ନୀଳପରୀ

       ମିଳନର ଆଶାବରି

       ପ୍ରେମିକାର ହାତ ଧରି

      ବୁଲିବାରେ ମଜା ଭାରି

  ଗହଳିରେ ଦିଆନିଆ ପ୍ରିତିର ଇଶାରା

  ଭାବନାରେ ରହିଗଲା ଏସନ ଦଶରା …..

        କରୋନା ର ଆତଙ୍କରେ

        ମାଟିରୁ ଆକାଶ ଥରେ

        ମାଆ ତୁମ ମଣ୍ଡପରେ

        ଶୂନ୍ୟତା ରାଜୁତି କରେ

        ଧାରଧାର ଲୁହ ଧାରେ

        ଅମାନିଆ ଆଖି ଝୁରେ

        ଭକ୍ତ ଗାଏ ରହି ଦୂରେ

        ଦୟା କର ମାଆ ବରେ

   ପାହିଯାଉ ଆମ ରାତି ହସୁ ପୁଣି ଧରା

   ଭାବନାରେ ରହିଗଲା ଏସନ ଦଶରା …..।

        

              



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy