STORYMIRROR

kamal kumar dash

Tragedy

3  

kamal kumar dash

Tragedy

ମନେ ମୁଁ ପଡିବି

ମନେ ମୁଁ ପଡିବି

1 min
178

ଯଦି କେବେ ତୁମ ମନେ ମୁଁ ପଡିବି

ଅବା ମୋର ଗଲା କଥା

ଗଲା ସୃତି ସବୁ   ହସି ଭୁଲି ଯିବ

ଭୁଲିବନି  ମୋ କବିତା ।

ମନେ ମନେ ଭାବି ଖୁସି ହୋଇଯିବ

ମୋର ସେ ଲେଖା କବିତା

କାନ୍ଦି ବନି କେବେ ହସି ଜାଳି ଦେବ

ଚଉରା ମୂଳେ ବଳିତା ।

ଆଜି ବି ଭାବୁଛି ଆଜି ବି ଲେଖୁଛି

କବିତା ମୁଁ ତୁମ ପାଇଁ

ପଢ଼ ବା ନ ପଢ଼   ଆସ ବା ନ ଆସ

ତା’ର କିଛି ମାନେ ନାହିଁ ।


Rate this content
Log in

Similar oriya poem from Tragedy