ମମତା
ମମତା
ଟିକିଏ ପ୍ରୀତିର ମମତା ଡୋରିରେ
ସଂସାର ହୋଇଛି ବନ୍ଧା
ଚେନାଏ ହସରେ ଦି ପଦ କଥାରେ
ସାଥି ମୋ ହୃଦୟ ଛନ୍ଦl (୧)
ନିମିଷେ ପ୍ରୀତିର ପୁଲକରେ ଭରା
ଜୀବନ ସ୍ମୃତିର ନଈ
କିଛି ଅନୁଭୂତି କିଛି ଗଲା ସ୍ମୃତି
ସବୁତ ତୁମରି ପାଇଁ (୨)
ମନକୁ ବୁଝାଇ ଆଗକୁ ବଢିବା
ନ ଡରି ଜୀବନ ପଥେ
ହାତେ ହାତ ରଖି ହସିକି ଚାଲିଲେ
ଦିନ ବିତି ଯିବ ସାଥେ (୩)

