ମଲା ଫୁଲ
ମଲା ଫୁଲ
ପ୍ରକୄତରେ'ପୃଥିବୀ ବାହାରେ
ଆଉ ଗୋଟେ ପୃଥିବୀ ନ ଥାଏ
ହାହାକାର ଶୁଣିବା ଲାଗି
କାହାର ସମୟ ଅଛି
ତମେ ତମର ଛଟ ପଟ ହେଉ ଥାଅ
କିଏ କହିଲା_ଚିରା ମାଟି ଭିତରୁ
ମୁଣ୍ତ ଟେକୁଚି କଢ
କିଏ କହିଲା_କିଛି ନାହିଁ ,କିଛି ନାହିଁ
ସେ ସବୁମଲା ଚଢେଇଂକ ଦିହ
ନଈ ର ଆଖିରେ ବିଚିତ୍ର ବଣ ର ଛବି
ହାହାକାରେ ଫିଂଗିଲି ମୁଠା ମୁଠା ଫୁଲ
ପ୍ରଜାପତି ଆଡକୁ
ମିଳିଲା ମୋତେ ବୋଝେ କଣ୍ଟା
ରକ୍ତାକ୍ତ ହେବା ହିଁ
ମୋର ଭାଗ୍ୟ
