Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ମିଠେଇ ଗିଳିବା ମଜା

ମିଠେଇ ଗିଳିବା ମଜା

1 min
6.7K


ନିରାକାର ଚାଇନି


ରୀନାମୀନା ପାଇଁ ଆଣିଥିଲେ ଜେଜେ

ହାଟରୁ ମିଠେଇ ଦୁଇଟି

ଦେଲାବେଳେ ତାଙ୍କୁ ପହଞ୍ଚିଲା ସେଠି

ପଡ଼ିଶା ଘରର ସୁଇଟି l

ସୁଇଟିକୁ ଦେଖି ରୀନାନାକ ଟେକି

ପାଟିରେ ମିଠେଇ ପୁରେଇ

ତରତର ହୋଇ ଚାଲିଗଲା କେଣେ

ସେମାନଙ୍କୁ ପାଖୁ ଦୂରେଇ l

ସଙ୍ଗେସଙ୍ଗେ ମୀନା ମିଠେଇକୁ ତା’ର

ସମାନ ଦି’ ଭାଗ କରିଲା l

ସୁଇଟି ହାତକୁ ଭାଗଟିଏ ଦେଇ

ନିଜ ହାତେ ଭାଗେ ଧରିଲା l

ହସିହସି ଦୁହେଁ ମିଠେଇ ଖାଈଣ

ମାତିଗଲେ ଧୁଳି ଖେଳରେ

କାହିଁ ଥିଲା ରୀନା ଖୁଁ ଖୁଁ କାଶି

ଆସିଲା ଏତିକି ବେଳରେ l

ରୀନାକାଶ ଦେଖି ସୁଇତି ତୁରିତେ

ପାନିମୁନ୍ଦେ ଯାଇ ଆଣିଲା

ପାଣି ପିଇ ସାରି ବିଚାରୀ ରୀନାଟା

ଭାରି ଅନୁତାପ କରିଲା l

ମାନଦୁଃଖ କରି କହିଲା, ସୁଇଟି

ତୋତେ ଦେଖି ମୁହିଁ ଭାବିଲି

କାଳେ ମିଠେଇରେ ଭାଗବସେଇବୁ

ତରତରେ ତାକୁ ଗିଳିଲି l

ଆଉ କରିବିନି ଏମିତିକା କାମ

ଦେହ ଛୁଇଁ ତୋର କହୁଛି

ମିଠେଇ ଗିଳିବା ମଜା ପାଇଗଲି

ସରମରେ ଜଳିଯାଉଛି l


Rate this content
Log in

Similar oriya poem from Classics