STORYMIRROR

Ghanashyam Biswal

Tragedy

4  

Ghanashyam Biswal

Tragedy

ମିଛକଥା

ମିଛକଥା

1 min
382

ସକାଳୁ ସଞ୍ଜଯାଏ

ମିଛକଥା କହି

ପରହିଂସାରେ ମନ ଅଙ୍ଗାରେ ଜଳିଜଳି

କାମୁକ ହୋଇ

ବଲାତ୍କାରୀ ହୋଇ

ଵ୍ୟଭିଚାରୀ ହୋଇ ଅନ୍ୟାୟ କରି

କପଟ କରି

ନିରୀହ ପ୍ରାଣକୁ ଆଘାତ କରି

ବେଇମାନି ହୋଇ

ବିଶ୍ୱାସେ ବିଷ ଦେଇ

ସ୍ୱାର୍ଥ ପାଇଁ

ପରକୁ ଫାଶୀରେ ଝୁଲାଇ

ଆଉ ଯେତେ ଯାହା ଵି କରି ।


ପବିତ୍ର ଗଙ୍ଗାଜଳରେ

ସ୍ନାନ କଲେ

ତୁଳସୀ ମାଳା ଜପିଲେ

ଧର୍ମଗ୍ରନ୍ଥ ସବୁ ଘୋଷି ପକାଇଲେ ।


କାଳେ,

ସବୁ ପାପ ନାଶ ହୁଏ

ଶହେ ଜନମର ପୁଣ୍ୟ ମିଳେ

ସରଗ ପ୍ରାପ୍ତି ନିଶ୍ଚିତ ହୁଏ

ମଣିଷ ଜୀବନ ସଫଳ ହୁଏ l


ସବୁ ମିଛ କଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy