Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

4  

Arjuni charan Behera

Inspirational

ମହାପ୍ରଭୁଙ୍କ ଶ୍ରାଦ୍ଧବେଶ

ମହାପ୍ରଭୁଙ୍କ ଶ୍ରାଦ୍ଧବେଶ

1 min
396


ଶ୍ରୀକ୍ଷେତ୍ରରେ ବିଜେ ଜଗତ ଠାକୁର 

ଦିବ୍ୟଦାରୁ କଳେବରେ l

ମାନବୀୟ ଲୀଳା ବିସ୍ତାର କରନ୍ତି 

ଜୟ ଜଗଦୀଶ ହରେ ll


ଯୁଗେ ଯୁଗେ ପ୍ରଭୁ ଧରି ଅବତାର 

ଧର୍ମ ସଂସ୍ଥାପନ ଅର୍ଥେ l

ଦୁଷ୍ଟ ନିବାରଣ ଶିଷ୍ଟଙ୍କ ପାଳନ 

ପରମାନନ୍ଦ ଜଗତେ ll


ସତ୍ୟ ଯୁଗେ ପ୍ରଭୁ ବାମନାବତାର 

କଶ୍ୟପ ଅଦିତି ସୁତ l

ଭିକ୍ଷା ମାଗି ବଳି ପାତାଳେ ପେଷିଲେ 

ଭୂମି ତିନିପାଦ ମାତ୍ର ll


ତ୍ରେତୟାରେ ପ୍ରଭୁ ରାମ ଅବତାର 

ବଧ ହେଲା ଦଶାନନ l

ଦଶରଥ ପିତା କୋଉଶଲ୍ୟା ମାତା 

ସେବକ ଶ୍ରୀ ହନୁମାନ ll


ଦ୍ୱାପରରେ ପ୍ରଭୁ କୃଷ୍ଣ ଅବତାର 

ଜନମିଲେ ବନ୍ଦୀଘରେ l

ବସୁଦେବ ପିତା ଦଇବକୀ ମାତା 

ପୁତ୍ର ଧରନ୍ତି କୋଳରେ ll


କଂସ ଡରେ ପୁଣି ଘନ ଅନ୍ଧକାରେ 

ବସୁଦେବ ତାଙ୍କୁ ନେଇ l

ଗୋପପୁରେ ଛାଡ଼ି ଆସିଲେ ବାହୁଡ଼ି 

କନ୍ୟା ଘେନି ପାଲଟାଇ ll


ବଡ଼ ଭାଗ୍ୟବନ୍ତୀ ନନ୍ଦ ଯଶୋମତି 

କେତେ ଯୁଗ ତପ କରି l

କଳା କହ୍ନେଇକୁ ପାଳିଲେ ଯତନେ 

ବାନ୍ଧି ବାତ୍ସଲ୍ୟର ଡୋରି ll


କଳିଯୁଗେ ହରି ଶ୍ରୀଦାରୁ ମୁରାରୀ 

ଶ୍ରୀକ୍ଷେତ୍ରରେ ବିଜେ କଲ l

ଅବନ୍ତୀ ରାଜନ ରାଜା ଇନ୍ଦ୍ରଦ୍ୟୁମ୍ନ 

ଗୁଣ୍ଡିଚା ରାଣୀ ଦୁଲାଳ ll


ଦେବ ଦୀପାବଳି ମହାପ୍ରଭୁ ହେଲେ 

ଅପରୂପ ଶ୍ରାଦ୍ଧ ବେଶ l

ଚାରି ଯୁଗ ପିତା ମାତାଙ୍କୁ ପୂଜନ୍ତି 

ମାନବେ ଦେଇ ସନ୍ଦେଶ ll


ପିତୃଙ୍କ ପୂଜନ କର ସଦା ପିତୃ 

ଋଣ କେବା ସୁଝି ପାରେ l

ହେ ଲୀଳା ବିଧୃତ କଳେବର ନାଥ 

ଜୟ ଜଗଦୀଶ ହରେ ll

 ଜୟ ଜଗଦୀଶ ହରେ !!!



Rate this content
Log in

Similar oriya poem from Inspirational