Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Panda

Inspirational

3  

Pradeep Panda

Inspirational

ମହାପ୍ରଭୁ

ମହାପ୍ରଭୁ

1 min
218



  

  ଆଉ ଥରେ କିବା ଏ ସିଂହ ଦୁଆର 

     ନିର୍ଦ୍ଦୋଷେ ଦଣ୍ଡ ପାଇବ

  ମହାପ୍ରଭୁ,ବେଳଥାଉଁ ଟିକେ ଭାବ

 ଟେକିଦେଲେ ଥରେ ବଳୀୟାର ଭୁଜ

     ଦୁଃଖ ଅପସରି ଯିବ

  ମହାପ୍ରଭୁ,ତୁମ ଟେକ ରହିଥିବ ......||


  ତା'ପାଇଁକି ବଡ ଭକତଙ୍କ ଭିଡ

     ଭକ୍ତଙ୍କର ମୂକ ସାକ୍ଷୀ

 ଭକତଙ୍କ ବିନା ତା'ଦିନ ସରେନା

     ମନ ଯାଇଅଛି ଶୁଖି

 ଜୟ ଜଗନ୍ନାଥ   ଶୁଣି ହୁଏ ତୃପ୍ତ

   କେବେହେଁ ଦୁଃଖ ନଦେବ

 ମହାପ୍ରଭୁ,ତୁମ ଟେକ ରହିଥିବ ......||


 ପତିତପାବନ ନଦେଲେ ଦର୍ଶନ

    କିଏ କାହିଁକି ଆସିବ

 ଭକତଙ୍କ ପାଦ ନପଡିଲେ ସିଦ୍ଧ

    ନୁହେଁ ସିଂହଦ୍ୱାର ବନ୍ଧ

 ନହୁଅ ନିଷ୍ଠୁର  କାଳିଆ ଠାକୁର

    ତୁମଠୁଁ କେ' ବଳିଯିବ

 ମହାପ୍ରଭୁ,ତୁମ ଟେକ ରହିଥିବ ......||



Rate this content
Log in

Similar oriya poem from Inspirational