STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ମଦପିଆ ଟ୍ରେନିଂ ସ୍କୁଲ

ମଦପିଆ ଟ୍ରେନିଂ ସ୍କୁଲ

2 mins
120


ମଦ୍ୟପ ଟ୍ରେନିଂ ସ୍କୁଲ୍ ଖୋଲିଛି

   ଚାଲିଛି ନାଆଁ ଲେଖା,

ଡେରି ନ କର ଆସ ହେ ଭାଇ 

   ପଡ଼ିବ ନାହିଁ ଟଙ୍କା।


ଆଉ ଗୋଟିଏ ଯୋଜନା ଇଏ

   ଜନ ସୁବିଧା ପାଇଁ,

ସୁବିଧା ହାତଛଡ଼ା କରନା

   ପ୍ରିୟ ମଦୁଆ ଭାଇ ।


ଆଜି ହେଉଛି ଶେଷ ତାରିଖ

   ବିଳମ୍ବ କର ନାହିଁ,

ସୁବିଧା ଅଛି ଅନେକ ଏଠି 

   ଆଉ ପାଇବ ନାହିଁ।


ଚବିଶ ଘଣ୍ଟା ସ୍କୁଲ ଖୋଲା

   ନାହିଁ କାହାକୁ ମନା,

ଯିଏ ଯେମିତି ଭାବରେ ଆସୁ

   ନାହିଁ ବି କଟକଣା।


ଲୁଙ୍ଗି ପିନ୍ଧ କି‌ ବର୍ମୁଣ୍ଡା ପିନ୍ଧ

   ଅବା ଗାମୁଛା ପିନ୍ଧ,

ଲଙ୍ଗଳା ହୁଅ ଚଳିବ ଏଠି

   ନାହିଁ ତ ଡ୍ରେସ୍ କୋଡ।


ଆଣ୍ଠେଇ ପଢ ପେଟେଇ ପଢ଼

   ଶୋଇ ବସିକି ପଢ଼,

ଝୁଲିଝାଲିକି‌ ନାଚିନୁଚିକି 

  ଯା' ଇଚ୍ଛା ତାହା କର।


ମଦ ବୋତଲ ଧରି ଗୁରୁଜୀ

   ଅପେକ୍ଷା କରିଛନ୍ତି,

ମଦ କିସମ ମଦ ଚାଖଣା

   ବିଷୟେ ଶିକ୍ଷା ଦ୍ଯନ୍ତି।


ମଦ ଗୋଟିଏ ଭଲ ପଦାର୍ଥ

   ପିଇଲେ ଏହା ଭଲ,

ତେଣୁ ମଦରୁ‌ ବେଶୀ ରାଜସ୍ଵ 

   ପାଆନ୍ତି ସରକାର।


ମଦ ହସୁଛି ଦୁଧ କାନ୍ଦୁଛି

   ମଦ ଆମର ରଜା,

ଦୁଧ ବିକାଳି ବୁଲେଇ ବିକେ‌

   ମଦକୁ ପଡେ ଖୋଜା।


ଦୁଧ ଲିଟର ତିରିଶି ଟଙ୍କା

   ଦୁଇ ହଜାର ମଦ,

ଦୁଧକୁ ଯେତେ ଗଧ ପିଅନ୍ତି

   ମଦକୁ ପିଏ ମର୍ଦ୍ଦ।


ବିନା ମଦରେ‌ ବର ଯାଉନି

   ବିନା ମଦରେ ଶବ,

ନାମ କୀର୍ତ୍ତନ ହେଉ ବି ନାହିଁ

   ନଥିଲେ ଟୋପେ ମଦ।


ଯିଏ ଅଧିକ ମଦ ବିକିବ

   ପାଇବ ପୁରସ୍କାର,

ମଦୁଆ ଭତ୍ତା ନିଶ୍ଚେ ମିଳିବ

   ଆସିଲେ ଭୋଟ୍‌ ବେଳ।


ଆଶକା ଫର୍ଟି ରମ୍ କିଶାନ

   ବ୍ରାଣ୍ଡି‌ ହୁସିକି ମାଲ୍,

କେ କଣଫୁଟା କେ ବେକମୋଡା

   ଦେଖିକି ଠିପି ଖୋଲ୍‌।


ଖଜୁରୀ ତାଡି କିବା ମହୁଲି

   ହାଣ୍ଡିଆ ବେଲା ଧରି,

କେରାଣ୍ଡି‌ ଶୁଖୁଆ ଚଟପଟି

   ଚାଖେଣା‌ ରେଡିକରି‌।


ପେଏଗ୍‌ ପେଗ୍ କରି ପିଉଥା

   ଚାଖି ଚିକେନ ‌ କଷା,

ନିଶା ଜମିକ‌ ଗୋଡ଼ ଉଠିବ

   ସାଙ୍ଗକୁ ପାଖେ ବସା।


ଘୂରିବ ମୁଣ୍ଡ ଟଳିବ‌ ପାଦ

   ରାସ୍ତା ଦିଶିବ ଖଟ,

ସେଇଠି ପଡ଼ି ଦାନ୍ତ କାମୁଡ଼ି

   ପାଟିରୁ କାଢ଼ି ବଚ।


ଶୋଇକି ନିଜେ ଭାବୁଥା ଇନ୍ଦ୍ର

   ସେହି ମୁହୂର୍ତ୍ତ ପାଇଁ,

ମାଈ କୁକୁର ମୁତିବ ମୁହେଁ

   ତାକୁ ବି ଦେବ ପିଇ।


ମଦ ପିଇଲେ ବିନାମୂଲ୍ୟରେ

   ଏ ସବୁ କିଛି ମିଳେ,

ମାଗଣା ନିଶା ,ମାଗଣା ସ୍ଵପ୍ନ

   ମାଗଣା‌ ସାଙ୍ଗ ପୁଳେ।


ଆହୁରି ଯାହା ମିଳେ ମାଗଣା

   ଶୁଣ ପିଇଲେ ମଦ

ଘରଣୀ ହାତ ଝାଡୁ ପ୍ରହାର

   ବେଲଣାକାଠି ନାଦ‌।


ମଦ ପିଇଲେ ହେବ ଦରିଦ୍ର 

   ହରାଇ ଘରଦ୍ଵାର,

ମାଗଣା ମଦ ଅଫର ମିଳେ

   ରୋଗଟି କ୍ଯାନସର‌।


ବିନା ଟଙ୍କାରେ ଟିକେଟ ମିଳେ 

   ସ୍ୱର୍ଗକୁ ଯିବା ପାଇଁ,

ଏସବୁ ଶିକ୍ଷା ମଦ ସ୍କୁଲରେ

   ଉପଲବ୍ଧ ଯେ ଭାଇ।


ତେଣୁ ହେ ଭାଇ ବିଳମ୍ବ କାହିଁ

   କିସ ଭାବୁଛ ବସି,

ମଦ ଟ୍ରେନିଂ ସ୍କୁଲ ପରା

   ତୁମକୁ ଡାକୁଅଛି ‌।


ମାଇକି ଧରି ମଦୁଆ ଜଣେ

   ଏମିତି କହୁଥାଏ,

ହଠାତ୍ ଝାଡୁ ପ୍ରହାର କଲା

   ତାକୁ ମହିଳାଟିଏ।


ଲୋକ ଜମିଲେ‌ କଥା ଜାଣିଲେ

   ଆମ ଗାଆଁ ନାଲିଆମ୍ଵ,

ତାହାରି ସ୍ତ୍ରୀ ତାକୁ ପିଟୁଛି

   କିଏବା ପାଟି ଖୋଲିବ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy