STORYMIRROR

ଵଳରାମ ତରାଈ

Inspirational

3  

ଵଳରାମ ତରାଈ

Inspirational

ମଦନିଶା

ମଦନିଶା

1 min
210


ମଦପିଇବି ନାହିଁ ନାହିଁ ମଦ ପିଇବି ନାହିଁ

ଚାଳ ରେ ମୋ ଛଣ ନାହିଁ

ଚୂଲି ରେ ମୋ ବିଲେଇ ଶୋଇଛି

ଚାଳରେ ମୋ ଜହ୍ନ ଦିଶୁଛି

ଘରେ ମୋ ଲୁଣ ନାହିଁ

ମୋ ପିଲାପେଟେ ଦାନ ନାହିଁ

ମାଇକିନିଆ ଦେହ କନା ନାହିଁ

ମୋତେ ଭାରି ଲଜ୍ଜା ଲାଗୁଛି

ଲୋକମାନେ ମୋତେ ଦେଖି ହସୁଛନ୍ତି

ମଦ ପିଇ ମୋ ବୋଲି ଜୋର

ମଦ ପିଇ ମୋ ହୋସ୍ ନାହିଁ

ନାଲିଆ ବୋତଲ ଦେଖି ମନ ମୋର ଯାଉଛି ଲାଖି

ମଦ ମୁଁ ପିଇଦେଇ ଚାରି ଦିଗ ମୁଁ ବୁଲଇ

ଦିନ ରାତିରେ ଶୋଇ ପଡେ କୋଉଠି ଜାଣି ନପାରଇ

ମଦ ପିଇଦେଇ ଚାଲିବାକୁ ମୋ ବଳ ନାହିଁ

ପିଏ ମୁଁ ପେଟରେ ପେଟ ପୁରେଇ

କହାର ଘର ମୁଁ ଭାଙ୍ଗୁଛି

ପିଇଛୁ ମୋ ପଇସା

କହା ମାଡରେ କହା ଗାଳିରେ ଭାଗେ ମୋ ନିଶା

ମୁଁ ରାଗିଗଲେ ମୁଁ ଭାଙ୍ଗେ ମୋ ଘରଣୀ ହାତ

ଭଲହେଇଗଲେ ମୁଁ ଧରେ ଗୋଡ ହାତ

ମଦ ପିଇବା ପାଇଁ ମୁଁ ଘରଣୀ ଅଳଙ୍କାର ଆଣେ ଛଡାଇ

ପେଟ ନ ପୁରିଲେ ମୋର ଭିକାରୀ ପରି ଭିକ ମାଗଇ

ମଦ ଟିକେ ପିଇବା ପାଇଁ ବାରଘଣ୍ଟା ମୁଁ ବସଇ

ମାଗଣା ପିଇଦେଇ ମୁଁ ତା ଗୋଲାମ ଅଟଇ

ଆରେ ମଦୁଆ ଭାଇ ମଦଛାଡି ଦିଅ ତୁହି

ମୁଁ ତୋ ସାନ ଭାଇ ଭଲ କଥା କହୁଛି ମୁହଁ

ମଦ ର ଅନ୍ୟ ନାମ ମୃତ୍ୟୁ ଅଟଇ

ମଦପିଇ ଜୀବନକୁ ମାରୁଛୁ କାହିଁ

ମଦ ମୁକ୍ତ ଓଡ଼ିଶା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational