ମଧୁମିତା
ମଧୁମିତା
ତୁଠ ପଥରରେ ବସି ସକାଳରେ
ଏଣେ ତେଣେ ଚାହିଁ ଚାହିଁ ।
ନ ଦେଖିବା ଯାଏ ଘଷି ହଉଥାଏ
ମୋର ମଧୁମିତା ସେହି ।୧।
ନଈ ଏ ପଟକୁ ଦେଖାଇ ପିଠିକୁ
ବାହାନା କରଇ କେତେ ।
ଲୁଚି ଲୁଚି ଦେଖେ ହଳଦୀକୁ ମାଖେ
ବସି ଚାହୁଁଥାଏ ମୋତେ ।୨।
ସାବୁନ ଫେଣରେ ରଙ୍ଗାଇ ମୁହଁରେ
ନଈ ମଝିକୁ ସେ ଆସି ।
ଝାଡି ଘନ କେଶ ଚାହିଁକି ନିମିଷ
ଦିଅଇ ମୁରୁକି ହସି ।୩।
ମଧୁମିତା ମୋର ଲକ୍ଷ୍ୟ ଜୀବନର
ମୋ ଅଙ୍କ ଜୀବନ ସାଥୀ ।
ତାକୁ ଦେଖିଦେଲେ ନଈ ସେ ପାରିରେ
କୁଣ୍ଢେ ମୋଟ ହୁଏ ଛାତି ।୪।
ଆଖିରେ ଆଖିରେ କହଇ ହଜାରେ
ହଜାଏ ସପନେ ମୋତେ ।
ରାତିକାଟି ଦିଏ ଜହ୍ନର ରାଇଜେ
ବୁଲି ବୁଲି ତାର ସାଥେ ।୫।

