ମଧୁମିତା -୧
ମଧୁମିତା -୧
ବିବାହ ବାର୍ଷିକୀ
ନୁହଁଇ ଇଏତ
ଆମ ପ୍ରେମ ଜନ୍ମ ଦିନ ।
ଦୁହେଁ ତ ଦୁହିଁକୁ
ବୁଝି ଚଢିବାକୁ
ନୂଆ ସରାଗ ସୋପନ ।୧।
ବୁଝାମଣା ନୁହେଁ
ଉତ୍ସର୍ଗ ତ ଇଏ
ଜଣକର ଆନ ପାଶେ ।
ଯେତେ ଝଡ ଝଞ୍ଜା
ସେତେ ସୁଖ ଖଞ୍ଜା
ଦୁଃଖ କଟଇ ନିମିଷେ ।୨।
ତମେ ମୋ ଜୀବନେ
ଆସିଲ ମଉନେ
ଫୁଲରେ ମଣ୍ଡାଇ ଗଭା ।
ଚାରିଟା ଦିନରେ
ମନ ଆସନରେ
ବସି ପ୍ରକାଶିଲ ଆଭା ।୩।
ବଦରାଗି କଡା
ଗମ୍ଭୀର ଓ ତେଢା
ଅହଂକାରୀ ଆଗୁଥିଲି ।
ତମ ପରଶରେ
କେଇଟା ଦିନରେ
ସଂପୂର୍ଣ୍ଣ ବଦଳି ଗଲି ।୪।
ତମ ଦିଲ ଖୋଲା
ହସର ପସରା
ବରଷି ଦେଇଛି ସୁଧା ।
ତମ ବିନା ମତେ
ଏ ସାରା ଜଗତେ
ଲାଗେ ଖାଲି ଅଧା ଅଧା ।୫।
ବିବାହ ବାର୍ଷିକୀ
କହନା ଲୋ ଗୋରୀ
ଇଏ ସଂକଳ୍ପର ବେଳ ।
ଖୁସିରେ ଏ ସନ
ରଖିବି ତୋ ମନ
ଦୁଃଖ ଦେବିନି ଲୋ ତିଳ ।୬।
ମୋ ପାଇଁ ଯାତନା
ଦେହ କୁ ନିଏନା
ଆଗରୁ ଦେଇଛି ଯେତେ ।
ଆଜିଠାରୁ ରାଣୀ
ପରି ମନ ଜାଣି
ଗେହ୍ଲାରେ ରଖିବି ତୋତେ ।୭।

