STORYMIRROR

ଧୀରେନ୍ କୁମାର ବେହେରା .ତାଳସଙ୍ଗା

Others

3  

ଧୀରେନ୍ କୁମାର ବେହେରା .ତାଳସଙ୍ଗା

Others

ମଧୁଶାଳା

ମଧୁଶାଳା

1 min
159


ଖୋଜେ ମଧୁଶାଳା ମିଳିଯିବ ପରା

   ଜାତୀୟ ସଡକ କଡେ ।

ପଚାରି ପାରୁନି  କାହାକୁ କାହିଁକି

  ଭୋଳା ପଣ ମନା କରେ ।୧।


ମନରେ ଉଙ୍କୁଛି ମଧୁ ମାଦକତା

   ଅଧର ଯାଉଛି ସୁଖୀ ।

ପଥର ପଥିକ କହିକି ପାରିବ

  ମଧୁଶାଳା ବାଟ ଟିକି ।୨।


ମେହେନ୍ଦୀ ହାତରେ ଚାନ୍ଦୀ ପିଆଲାରେ

   ସୁଥଳ ସରୁ କଟିନୀ ।

ମଧୁ ପରଶିଲେ ନିଜକୁ ମୁଁ ଭୁଲେ

  ଗାଇ ମଧୁର ରାଗିଣୀ ।୩।


ବରଷକେ ଥରେ ହୋଲି ଦୀପାବଳୀ

   ବଡଦିନ ମୋହରମ  ।

ମୋ ମଧୁଶାଳାରେ ବେଳ ଅବେଳାରେ

    ପରବ ଦିନ ତମାମ  ।୪।


ଦିନମାନ ହୋଲି ରାତିରେ ଦିବାଲି

   ଇନ୍ଦ୍ରଧନୁ ଚମକଇ ।

ମଧୁଶାଳା ମୋର ଦିଶଇ ସୁନ୍ଦର

  ମଧୁବାଳା ନାଚୁଥାଇ ।୫।


ମସ୍ଜିଦ ମନ୍ଦୀର ଗିର୍ଜା ଗୁରୁଦ୍ବାର

  ଅଲଗା ଅଲଗା ଦିଶେ ।

ମୌଲବୀ ପଣ୍ଡୀତ ଫାଦର ଓ ଶିଖ

   ଏଇଠି ଏକାଠି ବସେ ।୬।


ନ ପିଇ କହଇ କୁନାମ ରଟଇ

   ପିଇ ଦେଲେ ମତୁଆଲା ।

ପ୍ରସଂଶା କରଇ ପିଆଲା ଲଗାଇ

କହେ, ଜୟ ମଧୁଶାଳା ।୭।


ଦୁଃଖ ହରି ନିଏ ସୁଖ ଭରି ଦିଏ

  ଏଇ ମୋର ମଧୁଶାଳା ।

ମୋର କର୍ମ କ୍ଳାନ୍ତୀ ନିଅଇ ଝଟତି

  ଓଷ୍ଠ ମଦିରା ପିଆଲା ।୮।



Rate this content
Log in