STORYMIRROR

Dr Susmita Dash

Inspirational Abstract

2  

Dr Susmita Dash

Inspirational Abstract

ମାତୃତ୍ଵ

ମାତୃତ୍ଵ

1 min
13.4K


ଚନ୍ଦ୍ରମାର ଦୀପ୍ତି,

ଆଲୋକିତ କରୁଥିଲା ତା 

ଶରୀରର ବକ୍ରତା,

ସତେ କି ବିଶ୍ୱାସର ପ୍ରତୀକ....

ରଜନୀର ନରମ ନିର୍ଜନତା ।

ଅନୁଭବ କରେ ଜରାୟୁରେ,

ନୂତନ ଜୀବନର ଅବସ୍ଥିତି....

ଅଭିନବ ଏ ଅନୁଭୂତି ।

ଯନ୍ତ୍ରଣା ଓ ଆନନ୍ଦର ଅପୂର୍ବ ମିଶ୍ରଣ,

ଲବ୍ଧ ହେବା ପୂର୍ବରୁ ପ୍ରତିକ୍ଷିତ କ୍ଷଣ।

ଯେପରି ଚନ୍ଦ୍ର ଲୁଚି ରହେ,

ପୃଥିବୀର ରମଣୀୟତା ଠାରୁ...

ସାମର୍ଥ୍ୟ ଅଛି ଅତୁଳନୀୟ,

ନିବୃତ ରହିବାକୁ ଭୋଗ ବିଳାସରୁ।

ମାତୃତ୍ଵର ଉପଲବ୍ଧି ପାଇଁ,

କୋମଳ ହୃଦୟ, ଇଚ୍ଛାଶକ୍ତି ଓଜସ୍ଵୀ..

ଉଜ୍ଵଳ ମୁଖମଣ୍ଡଳ ତା'ର,

ଦର୍ଶାଏ ଅଦ୍ଭୁତ ଲାବଣ୍ୟ,ଅନୂପମ ଐଶୀ

ସ୍ରଷ୍ଟା ବି ସୃଷ୍ଟି ନିଏ ତୋ'ରି ଗର୍ଭରୁ,

ଏ ଜଗତର ସ୍ରୋତର ପ୍ରାରମ୍ଭ

ମାର ପୂର୍ଣ୍ଣଗର୍ଭା ନଦୀ ସଦୃଶ କୋଳରୁ।

ହେବାକୁ ବସିଲାଣି ଆଗମନ ଉଷାର

ନବ ସୂର୍ଯ୍ୟାଲୋକରେ , 

ନୂତନ ଆଶାର ଆଲୋକରେ

ସକଳ ଯାତନା ହୋଇଯାଉ ଦୂର

ପ୍ରାପ୍ତ ହେଉ ତୋତେ ତୋ ଅଧିକାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational