STORYMIRROR

Bijaya kumar panda

Comedy

3  

Bijaya kumar panda

Comedy

ମାନବର ଅଭିଯାନ

ମାନବର ଅଭିଯାନ

2 mins
185

ରାତା ରାତି ବଡ଼ ହେବାର ଭାବନା ହୃଦୟକୁ ଠକ ଠକ କରୁଛି

କଳା ବଜାରୀ ସହିତ ରାଜନିତିଆ ମିଶି ସ୍ୱଚ୍ଛ ଭାରତ ଗଢ଼ୁଚି।

ଯେଉଁଥିପାଇଁ ଚାଷୀ ଆତ୍ମହତ୍ୟା କରୁଛି

ଚାଷ ଓ ଚାଷୀର ପେଟର କିଏ ଏଠି ବୁଝୁଛି।

ସଭା ସମିତି ତୋ ଚାଲିଛି ହଟ୍ଟଗୋଳ ଖାଲି ଶୁଭୁଚି ଚିଟଫଣ୍ଡର ଟଙ୍କାକୁ ଝୁରି ଦାଣ୍ଡରେ ଆଜି ବସିଛି।

କୋଟି କୋଟି ଟଙ୍କା ନିଅଣ୍ଟିଆ ହୋଇ ବେକାରୀ ସମସ୍ୟା ବଢୁଛି

ମାଓବାଦୀ ହେବୁ ସଂକ୍ରାସବାଦୀ ହେବୁ ବେକାରଙ୍କ ଡାକ ଶୁଭୁଚି।

ଆଧୁନିକ ପୋଷାକ ପିନ୍ଧିଚି ଦେହ ଅଧା ଦେଖାଯାଉଛି

ନାରୀ ଜାଗରଣ ନାମରେ କେତେ ନିର୍ଯାତନା ଚାଲିଛି।

ମଦ ମାଂସରେ ପସରା ମେଲି ଧରାରେ ଭୂକମ୍ପ ସାଜିଛି

ନିର୍ବାଚନ ପାଇଁ ଟଙ୍କା ଲୋଭରେ ବୋରଝାଞ୍ଜି ଦଳ ବାନ୍ଧୁଛି।

ଡ଼ାକ୍ତରଖାନାରେ ରୋଗୀଟିଏ ପଡ଼ି ମରଣ ସହିତ ଲଢ଼ୁଛି

ବାବୁ ଆମର ଅଗଣାରେ ବସି ଶହ ଶହ ଟଙ୍କା ଚାଞ୍ଝୁଛି।

ସହରାଭିମୁଖୀ ହୋଇଛି ହାତେ ମୋବାଇଲ ଧରି ଗପୁଚି

ପରିବେଶ ପ୍ରଦୂଷଣ ପାଇଁ କି ଗାଁ ଠାରୁ ଦୂରେଇ ଯାଉଛି।

ମାଗଣାରେ ଭାତ ଖାଉଛ ରେସନ କାର୍ଡ ମୁଁ ପାଇଛି

ବାପ ପୁଅ ଭାଇ ଅଲଗା ହୋଇଣ ନିଜେ ନିଜକୁ ଠକୁଛି।

ବସି ଖାଇ କରି ଅଳସୁଆଙ୍କ ୠଣ ଭାର ବଢ଼ି ଚାଲିଛି

ଗାଁ ଦାଣ୍ଡରେ ଭିଡ ଜମାଇ ହନୁମାନ ପଇସା ଖୋଜୁଛି।

ସ୍ଵାର୍ଥପର ମନଟା ହିଂସାରେ ଠକିବାକୁ ଯୋଜନା କରୁଛି

ମାତୃଭୂମିର ସେବକ ନହୋଇ ଭଗାରି ସହ ମେଳ କରୁଛି।

ଗୁରୁକୂଳ ଶିକ୍ଷା ନୈତିକ ଜ୍ଞାନ ସମାଜରୁ ଦୂରେଇ ଯାଉଛି

ଶିକ୍ଷା ଶିକ୍ଷକଙ୍କ ମାନ ମହତକୁ ଏଠି କିଏ କ'ଣ ବୁଝୁଛି।

ଧାନ ମଣ୍ଡି ଖୋଲା ହୋଇଛି ଚାଷୀ ମୁଣ୍ଡେ ହାତ ଦେଇ ବସିଚି

ପଚାରିଲେ ମାଲିକ କହନ୍ତି ଆମ ଅଭିଯାନ ଚାଲିଛି।

ଚାକିରି ପଛରେ ଧାଇଁ ଛି କୃଷିରୁ ଦୂରେଇ ଯାଉଛି

ଦରଦାମ କଥା ଶୁଣି ଆଜି କାନ ଝାଇଁ ଝାଇଁ ହେଉଛି।

ତେଲିଆ ମୁଣ୍ଡରେ ତେଲ ମାରି ମାରି ତା'ର ଦାମ୍ ବଢ଼ୁଛି

ଦୁଃଖି ଗରୀବର ପେଟ କଥା ମନେ କ'ଣ ଆମ ପଡ଼ୁଚି।

ବିଜୁଳି କାଟ ହେଉଛି ମହାନଦୀର ଧାରା ଶୁଖି ଅଛି

ବାଇପାସ୍ କରି ହଜାରେ ଜାଗାରେ ଦୁଇ ଶହ ଟଙ୍କା ଦେଉଛି।

କଳକାରଖାନା ଗାଡ଼ି ମଟରରେ ପ୍ରଦୂଷଣ ଆମ ବଢ଼ୁଛି।

ପ୍ରାକୃତିକ ଭାରସାମ୍ୟ ହରାଇ ଅସୁବିଧାରେ ପଡ଼ିଛି

ଜୀବପ୍ରତୀ ଦୟା ମନରେ ଭାବକୁ ଯେବେ ଗଲି ମୁଁ ଭୁଲି।

ସତ ପ୍ରେମ ଏଠି ଠକି ଯାଉଛି ଚୋରା ପ୍ରୀତି ଜିଣି ଚାଲିଛି

ମାଆ ଓ ମାଟିର ମନର ବେଦନା କିଏ କ'ଣ ଏବେ ବୁଝୁଛି।

ଶାସ୍ତ୍ର ପୁରାଣ ଆଧ୍ୟାତ୍ମିକ ଜ୍ଞାନ ସଂସାରେ ଦୂରେଇ ଯାଉଛି

ମୁଁ ରୂପକ ଶବ୍ଦଟି ପାଇଁ ଆମ ଅଭିଯାନ ଏବେ ଚାଲିଛି।।

   ।।ଏହା କାହାରି ମାନହାନି କରିବା ମୋର ଲକ୍ଷ୍ୟ ନୁହେଁ, ସମାଜରେ ଘଟୁଥିବା ନିତିଦିନିଆ ଘଟଣାବଳୀ ଉପରେ ଆଧାରିତ।।  ଧନ୍ୟବାଦ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy