STORYMIRROR

Suresh chandra Padhy

Comedy

3  

Suresh chandra Padhy

Comedy

ମାଗଣା ଅଛି ତ ଦିଅ

ମାଗଣା ଅଛି ତ ଦିଅ

1 min
180


ଦିନେ ମୁହିଁ ବଜାର କୁ ଗଲି

ଦୋକାନୀ କୁ କହିଲି

ଆହେ ଦୋକାନି ସୌଦା କିଛି ଦିଅ

ଦୋକାନୀ କହିଲା କଣ ନବ କୁହ

କହିଦେଲି ମୁହିଁ ମାଗଣା କ'ଣ ଅଛି ଦିଅ

ଦୋକାନୀ କହିଲା ମାଡ ମାଗଣା ରେ ଦେବି ନବ ଯଦି ନିଅ

ମୋ ଘରକୁ କ୍ଷୀର ବାଲି ଆସି କହିଲା ବାବୁ କ୍ଷୀର ନିଅ

କ୍ଷୀର ରେ ଭାରି ଶରଧା ମୋର କହିଲି ଟିକିଏ ଦିଅ

ହେଲେ ମାଗଣା ରେ ନେବି ଦବ ଯଦି ଦିଅ

କହିଲା ହସି ହସି ତୁମେ ମୋର ଗିରସ୍ତ କି ଦିଅର ନୁହଁ

ବିଧା କହୁଣି ଭଲ କରି ଦେବି ମାଗଣା ରେ ଆସି ନିଅ

ବସ ରେ ଯାଉ ଥିଲି ମୁଁ ବାଦାମ ବାଡ଼ି

ଅଧା ବାଟ ରେ ରହି ଗଲା ଆମ ଗାଡି

ଗାଡି ଵାଲା କହିଲା କୁଆଡେ ବାବୁ ଯିବ କୁହ

ମୁଁ କହିଲି ଶଶୁର ଘର ଯିବି ଭିଣୋଇ ଭାବି ମୋତେ ନିଅ

କହିଲା ମୋତେ ତୁମ ସ୍ତ୍ରୀ କୁ ଟିକେ ଦେଖେଇ ଦିଅ

ପୁରା ମାଗଣା ରେ ନେବି ମୁଁ ବି ବାଡାମ ବାଡ଼ି ପୁଅ

ଦିନେ ମୋ ପିଲା କହିଲା ବାପା ସୁନା ମୁଦି ଆଣି ଦିଅ

ସୁନା ଦୋକାନ କୁ ଗଲି ମାରି ନିଶ ରେ ଗୁଆ ଘିଅ

ସୁନାରି କୁ କହିଲି ତୁମ ପୁଅ ସାଥେ ମୋ ପୁଅ କୁ ସଙ୍ଗାତ ବସେଇ ଦିଅ

ପୁଅ ବୋଲି ଭାବି ଗୋଟେ ସୁନା ମୁଦି ମାଗଣା ରେ ଦିଅ

ସୁନାରି କହିଲା ଫଟେଇ ଦେବି ରେ ତୋ ମୁହଁ

ସୁନାରି ଘର ମୁଁ ପୁଅ ଜମାରୁ ଭଲ ନୁହଁ

ସବୁ ନେବାକୁ ଇଚ୍ଛା ହୁଏ ମୋର ମାଗଣା

ବେଳେ ବେଳେ ହୋଇ ଯାଏ ମୁଁ ବାଟ ବଣା

ମୋ ପାଖରେ ନାହିଁ ପଇସା ଆଠଣା

ଚାଳ ଘର ମୋର ମଝିରେ ଅଗଣା

ପୁଅ ଝିଅ ମୋର ଭାରି ମାରଣା

ଘରଣୀ ଭାରି ଲାଜେଇ ଦିଏ ଓଢଣା

ଘର ଚାଳି ଯାଏ ମୋର ସବୁ ବୋହି ଆଣେ ମୁ ମାଗଣା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy