STORYMIRROR

Chittaranjan Lenka

Inspirational Others

3  

Chittaranjan Lenka

Inspirational Others

ମାଆ

ମାଆ

1 min
13.5K


ସକଳ ଜୀବଙ୍କ             ସୃଷ୍ଟିର ଦାୟିତ୍ୱ

ବ୍ରହ୍ମ ଦେବ ବ୍ରହ୍ମାଙ୍କର

ବିଷ୍ଣୁଙ୍କ ହାତରେ           ପାଳନ କ୍ଷମତା

କରିବେ ସର୍ବେ ସ୍ୱୀକାର(1)


ସଂସ୍କାର ଆଣନ୍ତି          ଜନ୍ମ ଜନ୍ମ ପାଇଁ

ଦେବ ଦେବ ମହେଶ୍ୱର

ବ୍ରହ୍ମା ବିଷ୍ଣୁ ଶିବ             ଏହି ତିନି ଶକ୍ତି

ଅଛି କେବଳ ମାଆର(2)


ସୃଷ୍ଟି କରିଥାଏ        ରଖି ତା ପେଟରେ

ଦଶ ମାସ ଦଶ ଦିନ

କେତେ ଝଡ ଝଞ୍ଜା       ସହ୍ୟ କରିଥାଏ

ଜାଣୁଥାଏ ତାର ମନ(3)


ଜନ୍ମ ହେଲା ପରେ       ଅତି ସରାଗରେ

କରେ ସନ୍ତାନ ପାଳନ

କିଏ ସେ ପାଶୋରି      ପାରିବ ତାହାର

ସର୍ବଶ୍ରେଷ୍ଠ ଅବଦାନ?(4)


ସ୍ନେହ ପ୍ରେମ ଦେଇ       ମନର ମଧ୍ୟରେ

ସଂସ୍କାର ସେ ଆଣିଥାଇ

ତାକୁ ଯଦି କେହି          ହତାଦର କରେ

କେତେ ବଡ ପାପୀ ସେହି???(5)

ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational