ମାଆ
ମାଆ
ମାଆ ଏକ ନୈଶର୍ଗିକ ଶବ୍ଦ
ଆସୁ ଯେତେ ଯୁଗ ଅବା ଅବ୍ଦ
ନିଶବ୍ଦରେ ଚିନ୍ତା କଲେ ଭେଦ
କିଏ ବୁଝିଛି ମାଆର ଆର୍ତ୍ତନାଦ
ଯାହାର ପଣତ ଏବେବି ଅଭେଦ
ଯାହାର ଓଢଣୀ ଯୁଗ ଯୁଗାବ୍ଦ
ଯାହାର ମଥା ଟିକିଲି ସୌହାର୍ଦ୍ୟ
ପାଦର ଅଳତା ହାତରେ ଚୁଡ଼ି ନିଶବ୍ଦ
ହାତର ସ୍ପର୍ଶରେ ନିର୍ଣ୍ଣାୟକ ଯାଦୁ
କୋଳର ଉଷୁମରେ ସ୍ବର୍ଗୀୟ ମଧୁ
ସ୍ନେହ ମମତାରେ ଅମୃତ ବିନ୍ଦୁ
ମାଆ ସନ୍ତାନ ପାଇଁ ସାତସିନ୍ଧୁ
ନଦୀ ପରି ଢେଉ ସତେ କାଚକେନ୍ଦୁ
ସମୁଦ୍ର ପରି ଗର୍ଭରେ ମାଣିକ ମୋତିବିନ୍ଦୁ
ହୃଦୟରେ ସରଗ ମନରେ ସରାଗ
ପୂଜା ଓଷା ବାରବ୍ରତ ସନ୍ତାନର ଇନ୍ଦୁ
ମାଆ ପରି କେଉଁ ପରୀ ଜଳବିନ୍ଦୁ
ହେବ ସମ ସରି ହୃଦ ସିନ୍ଧୁ ଅଳନ୍ଧୁ
ମାଆ ସମ ଅନିନ୍ଦ୍ୟ ଶାଶ୍ୱତ ଶବ୍ଦ
ସମସ୍ତଙ୍କୁ ଦିଅ ପ୍ରଭୁ ପଣତେ ନିଶବ୍ଦ
ଶୋଇଯାଇ ଘଡିଏ ଦେଖିବାକୁ ଅର୍ଦ୍ଧେନ୍ଦୁ
ଦିବା ରାତ୍ର ମାଆ ଶବ୍ଦ ମଧ୍ୟରେ ଶରଦେନ୍ଦୁ
ମାଆର ସ୍ପର୍ଶ ହସ ଶ୍ୱାସ ବିମୁଗ୍ଧ ଚାନ୍ଦ କୁମୁଦ
ମାଆର ପଣତ ବଡଦେଉଳ ନେତ ପବିତ୍ର ଅତୀବ ।
