STORYMIRROR

Sunanda Mohanty

Inspirational Thriller Others

3  

Sunanda Mohanty

Inspirational Thriller Others

ମାଆ

ମାଆ

1 min
116


ମାଆ ଏକ ନୈଶର୍ଗିକ ଶବ୍ଦ

ଆସୁ ଯେତେ ଯୁଗ ଅବା ଅବ୍ଦ

ନିଶବ୍ଦରେ ଚିନ୍ତା କଲେ ଭେଦ

କିଏ ବୁଝିଛି ମାଆର ଆର୍ତ୍ତନାଦ

ଯାହାର ପଣତ ଏବେବି ଅଭେଦ

ଯାହାର ଓଢଣୀ ଯୁଗ ଯୁଗାବ୍ଦ

ଯାହାର ମଥା ଟିକିଲି ସୌହାର୍ଦ୍ୟ

ପାଦର ଅଳତା ହାତରେ ଚୁଡ଼ି ନିଶବ୍ଦ

ହାତର ସ୍ପର୍ଶରେ ନିର୍ଣ୍ଣାୟକ ଯାଦୁ

କୋଳର ଉଷୁମରେ ସ୍ବର୍ଗୀୟ ମଧୁ

ସ୍ନେହ ମମତାରେ ଅମୃତ ବିନ୍ଦୁ

ମାଆ ସନ୍ତାନ ପାଇଁ ସାତସିନ୍ଧୁ

ନଦୀ ପରି ଢେଉ ସତେ କାଚକେନ୍ଦୁ

ସମୁଦ୍ର ପରି ଗର୍ଭରେ ମାଣିକ ମୋତିବିନ୍ଦୁ

ହୃଦୟରେ ସରଗ ମନରେ ସରାଗ

ପୂଜା ଓଷା ବାରବ୍ରତ ସନ୍ତାନର ଇନ୍ଦୁ

ମାଆ ପରି କେଉଁ ପରୀ ଜଳବିନ୍ଦୁ

ହେବ ସମ ସରି ହୃଦ ସିନ୍ଧୁ ଅଳନ୍ଧୁ

ମାଆ ସମ ଅନିନ୍ଦ୍ୟ ଶାଶ୍ୱତ ଶବ୍ଦ

ସମସ୍ତଙ୍କୁ ଦିଅ ପ୍ରଭୁ ପଣତେ ନିଶବ୍ଦ

ଶୋଇଯାଇ ଘଡିଏ ଦେଖିବାକୁ ଅର୍ଦ୍ଧେନ୍ଦୁ

ଦିବା ରାତ୍ର ମାଆ ଶବ୍ଦ ମଧ୍ୟରେ ଶରଦେନ୍ଦୁ

ମାଆର ସ୍ପର୍ଶ ହସ ଶ୍ୱାସ ବିମୁଗ୍ଧ ଚାନ୍ଦ କୁମୁଦ

ମାଆର ପଣତ ବଡଦେଉଳ ନେତ ପବିତ୍ର ଅତୀବ ।



Rate this content
Log in

Similar oriya poem from Inspirational