STORYMIRROR

Manorama Mohanty

Abstract

2  

Manorama Mohanty

Abstract

ମାଆ

ମାଆ

1 min
100

ବୋଉ ସେ ମୋର 

ଯିଏ ସଞ୍ଜ ସଳିତା ଟେ ପରି 

ଦିକ ଦିକ ଜଳୁଥିବ 

ତା ସଂସାର ଚଉଁରା ଆଗରେ 

ପାଉଁଶ ହୋଇ ଝରିଯିବା ଯାଏ


ଭୋଗ ଥାଳି ଟେ ପରି 

ଭାଗେ ଭାଗେ ବାଣ୍ଟୁଥିବ 

ନିଜକୁ ସଭିଙ୍କ ଭିତରେ 

    ଭାଗଶେଷ 

ଶୂନ ହେବା ଯାଏ


ଚନ୍ଦନ କାଠ ଟେ ପରି 

ମହ ମହ ବାସୁଥିବ 

   ସଭିଙ୍କ ଆଗରେ 

ପବିତ୍ର ତା ଘର ମନ୍ଦିରରେ 

ଘୋରି ହୋଇ ଲାଗିଯିବା ଯାଏ

ନିଷ୍କପଟି ଟେ ପରି 

ଜୁଳୁ ଜୁଳୁ ଚାଁହୁଥିବ 

ବୋଉ ବୋଲି ଡାକିଦେଲେ 

ସତେ ଯେମିତି ତା ସୁଖର 

ପଣତ ମୋ ଦେହକୁ 

ଛୁଇଁ ଯାଏ

ସେହି ପା ମୋ ବୋଉ 

ମୋ ସୁନା ବୋଉ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract