STORYMIRROR

Arjuni charan Behera

Inspirational

3  

Arjuni charan Behera

Inspirational

ମାଆ ତାରାତାରିଣୀ

ମାଆ ତାରାତାରିଣୀ

1 min
151

ଋଷିକୁଲ୍ୟା ତୀରେ ପର୍ବତ ଶିଖରେ 

ବିଜେ ମା' ସିନ୍ଦୁର ମୁଣ୍ଡି l

ତାରାତାରିଣୀ ସେ ଗଞ୍ଜାମ ଆରାଧ୍ୟା 

ଦେବୀ ଦୟାମୟୀ ଚଣ୍ଡୀ ll


ଶକ୍ତି ସ୍ୱରୂପିଣୀ ସଙ୍କଟ ତାରିଣୀ 

ଯାଆଁଳା ଦୁଇ ଭଉଣୀ l

ଶକ୍ତି ପୀଠେ ଉଭା ମାଆ ଦୟାମୟୀ 

ଇପ୍ସିତ ବରଦାୟିନୀ ll


ସତୀଙ୍କ ବକ୍ଷୋଜ ପଡ଼ିଥିଲା ଏଠି 

ଦକ୍ଷ ଯଜ୍ଞ ଭଗ୍ନ କାଳେ l

ତ୍ରେତୟା ଜାନକୀ ଲୁହରୁ ଉତ୍ପତ୍ତି 

ଅନ୍ୟ କିମ୍ବଦନ୍ତୀ ବୋଲେ ll


ଏ ପୀଠରେ ମାଆ ରହିବାକୁ ଇଚ୍ଛା 

ବଳାଇ କଳି ଯୁଗରେ l

କନ୍ୟା ରୂପେ ଆସି ଲୀଳା ଖେଳା କଲେ 

ବସୁ ପ୍ରହରାଜ ଘରେ ll


ମାଆ ଶ୍ରୀବୈଷ୍ଣବୀ ତନ୍ତ୍ରରେ ଆରାଧି 

ଆର୍ତ୍ତରେ ଡାକିଲେ ନର l

ଓ କରିଥାନ୍ତି ସଙ୍କଟ ତାରିଣୀ 

ଯାଚି ଦେଇଥାନ୍ତି ବର ll


ଝୁଣା ଗୋକୁଳରେ ବାସୁ ଥାଇ ପୀଠ 

ଘଣ୍ଟ ଘଣ୍ଟା ଖୋଳ ତାଳ l

କରୁଣା ମନାସି ଭକ୍ତଗଣ ଆସି 

ଲଗାଇଥାନ୍ତି ଗହଳ ll


ଅତି ମନୋହର ମାଆଙ୍କ ମନ୍ଦିର 

ପର୍ବତ ଶିଖରେ ସ୍ଥିତ l

ମା' ତାରାତାରିଣୀ ଆରତ ଭଞ୍ଜନୀ 

କୋଟି କୋଟି ଦଣ୍ଡବତ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational