STORYMIRROR

Manorama Mohanty

Inspirational

4  

Manorama Mohanty

Inspirational

ମାଆ ମୋର (ମାଟିରୁ ଆକାଶ )

ମାଆ ମୋର (ମାଟିରୁ ଆକାଶ )

1 min
455


ଦଶମାସ ଦଶଦିନ ଯେ ଗର୍ଭରେ ଧାରଣ କରି କଷ୍ଟ ସହିଅଛି ,

ଜଗତରେ ମହିୟସୀ ବୋଲି ସେ ନାମ ବୋଲାଉଛି 

ତାର ବିନୁ ସବୁ ଲାଗେ ଶୂନ୍ୟ ଶୂନ୍ୟ ଖାଲି 

ସିଏ ସିନା ଆଙ୍କିପାରେ ଜୀବନରେ ଖୁସିର ରଙ୍ଗୋଲି ।


ଭୂମିଷ୍ଟ ପରଠୁ ଜାଣେ ଶ୍ରେଷ୍ଠ ଗୁରୁ ସେହି 

ତା ପରି ଶ୍ରେଷ୍ଠା ଆଉ କେ ଜଗତରେ ନାହିଁ 

କରାଳର କାଳ ଛାୟା ଦୂରକରିଦିଏ ସେହି 

ତା ବିନୁ ଆପଣାର କିଏ କାହିଁ ନିଜର ଅଟଇ 

କେତେରୂପେ କେତେ କେତେ ବେଶେ କେତେ

ଯେ ସ୍ୱରୂପେ ।


ଦେଖାଦିଏ ଜଗତଜନନୀ ଭାବେ ସଭିଙ୍କର ପାଶେ 

ବର୍ଣ୍ଣନା କରିବା ଯାହା କେବେ ସମ୍ଭବ ନୁହଁଇ 

ମୁଁ ହୀନ ଛାର କିମ୍ପାଇ ପ୍ରୟାସ କରଇ 

କେଉଁଠାରୁ ଆରମ୍ଭ ତା କହିହେବନାହିଁ 

କେତେ ତାର ଜଳାଞ୍ଜଳି ବର୍ଣ୍ଣି କି ପାରଇ 

ବିଶ୍ଵରେ ଆଦ୍ୟ ରୂପେ ପୂଜା ପାଉଅଛି 

ସଭିଙ୍କ ହୃଦୟେ ସିଏ ସ୍ଥାପିତ ହୋଇଛି 

   ଦୁଃଖ ନେଇ ସୁଖ ଦିଏ 

   କଷ୍ଟ ନେଇ ହସ 

ତାରି ପାଇଁ ସ୍ୱର୍ଗ ହୁଏ 

    ଏହି ଧରା ପୃଷ୍ଟ ।


ବିଶ୍ଵ ସ୍ଥାପନା ମୂଳେ ତାର ମୁଖ୍ୟ ନିଦ୍ଧେର୍ଶନା 

ତାରବିନୁ ଲାଗେ ବିଶ୍ଵ ଚିର ଶାନ୍ତିହିନା 

ସିଏ କେବେ ତଟିନୀ ପରି ସ୍ମିଗ୍ଧ ଶାନ୍ତିପ୍ରିୟା 

କେବେ ଅଶାନ୍ତ ସାଗରର ଭୟାବହ ଛାୟା ।


ସମଗ୍ର ବିଶ୍ଵକୁ ସମ୍ବାଳିଛି ଯିଏ 

ମୁଣ୍ଡ ନଇଁ ଯା ଏ ତା ପାଖେ ଆପଣାର ଛାଏ 

କେବେ ଦୁର୍ଗା କେବେ କାଳୀ କେବେ ଜଗତ ପାଳିନୀ 

କେବେ ମାଆ ମଙ୍ଗଳା ପୁଣି କେବେ ମାଆ ତାରିଣୀ ।


ଦେବୀ ରୂପେ ଜଗତବାସୀଙ୍କ ମନ ମୋହି ନିଏ 

ତା ବାତ୍ସଲ୍ୟ ମମତାଧାର ସଦା ଝରୁଥାଇ 

ଶବ୍ଦ ସିନା ସରିଯିବ ମୋର ଏହିଠାରେ 

ମା ମୋର ବିଜୟିନୀ ପରା ଚିର ଶାଶ୍ଵତୀରେ ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational