ମା
ମା
ପୃଥିବୀ ପୃଷ୍ଟର ପ୍ରଥମ ଆଲୋକ
ଦେଖି ଅଛି ଯାହା ପାଇଁ
ମନର ଆବେଗ ନ କହିବା ପୂର୍ବରୁ
ବୁଝିଥାଏ ଯିଏ ଜାଣି ।
ପାଦରେ ମୋର କଣ୍ଟା ଫୁଟିଗଲେ
ତା ଛାତିରୁ ଯାଏ ରକତ ଝରି
ଜୀବନ ର ଅଙ୍କା ବଙ୍କା ନଈ କୁ
ସଳଖ ଯିଏ କରଇ ।
ମା ର ମମତା ସେ ପଣତ କାନି
ଆହା କି ମଧୁର ମିଠା
ତା ପାଖେ ବସିଲେ ଭୁଲି ହୋଇଯାଏ
ଦୁନିଆର ସବୁ ବ୍ୟଥା ।
ଇଶ୍ୱରଙ୍କ ଏ ବିଚିତ୍ର ଲୀଳା
ମା ରୂପେ ସେ ଦେଲେ ଅତୁଳା
ଦେବତା ତୁଲ୍ୟ ହୃଦୟ ତାର
ସ୍ନେହ ସରାଗ ଭରା,
ତାହାରି ବାଣୀ ଶକତି ମୋର
ବଞ୍ଚିବାର ସାହାରା ।
