STORYMIRROR

sipun sahu

Inspirational

3  

sipun sahu

Inspirational

ମା

ମା

1 min
128


ପୃଥିବୀ ପୃଷ୍ଟର ପ୍ରଥମ ଆଲୋକ 

ଦେଖି ଅଛି ଯାହା ପାଇଁ

ମନର ଆବେଗ ନ କହିବା ପୂର୍ବରୁ

ବୁଝିଥାଏ ଯିଏ ଜାଣି ।

ପାଦରେ ମୋର କଣ୍ଟା ଫୁଟିଗଲେ 

ତା ଛାତିରୁ ଯାଏ ରକତ ଝରି

ଜୀବନ ର ଅଙ୍କା ବଙ୍କା ନଈ କୁ

ସଳଖ ଯିଏ କରଇ ।

ମା ର ମମତା ସେ ପଣତ କାନି

ଆହା କି ମଧୁର ମିଠା

ତା ପାଖେ ବସିଲେ ଭୁଲି ହୋଇଯାଏ

ଦୁନିଆର ସବୁ ବ୍ୟଥା ।

ଇଶ୍ୱରଙ୍କ ଏ ବିଚିତ୍ର ଲୀଳା

ମା ରୂପେ ସେ ଦେଲେ ଅତୁଳା

ଦେବତା ତୁଲ୍ୟ ହୃଦୟ ତାର 

ସ୍ନେହ ସରାଗ ଭରା,

ତାହାରି ବାଣୀ ଶକତି ମୋର

ବଞ୍ଚିବାର ସାହାରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sipun sahu

ବାପା

ବାପା

1 min ପଢ଼ନ୍ତୁ

ସାଙ୍ଗ

ସାଙ୍ଗ

1 min ପଢ଼ନ୍ତୁ

ମା

ମା

1 min ପଢ଼ନ୍ତୁ

"ମା"

"ମା"

1 min ପଢ଼ନ୍ତୁ

Similar oriya poem from Inspirational