ସାଙ୍ଗ
ସାଙ୍ଗ
1 min
623
ସାଙ୍ଗ ବୋଲି ଏଇ ଦୁଇଟି ଅକ୍ଷର
ଭୂଲେ ନାହିଁ କେହି କେବେ
ସାଙ୍ଗ ଟିଏ ଥିଲେ ସାଥେ ଚାଲୁଥିବ
ମଶାଣିର ଯୁଇ ଯାକେ ।
ଶୂନ୍ୟତାରେ ସେ ଭରି ଦେଇଥାଏ
ଅସଂଖ୍ୟ ଖୁସିର ସାଗର
ବିପଦ ବେଳେ ସେ ପାଖେରହିଥାଏ
ନ କରି ଟିକିଏ ଦୂର ।
ସାଙ୍ଗର ବ୍ୟାଖ୍ୟାନ କରି ପାରିବନି
ଦୁଇ ପଦର ଏ କବିତା
ଦୁନିଆ ଜାଣିଚି ବନ୍ଧୁ ଟିଏର
ସ୍ନେହ,ଭଲପାଇବା ଆଉ ମମତା ।
କୃଷ୍ଣ ଆଉ ସୁଦାମାଙ୍କ ସମ୍ପର୍କ
ରହିଛି ଅମର ହୋଇ
ବନ୍ଧୁତା ପରି ପବିତ୍ର ସମ୍ପର୍କ
ଦୁନିଆରେ ସତେ କାହିଁ ।
