STORYMIRROR

sipun sahu

Inspirational

3  

sipun sahu

Inspirational

"ମା"

"ମା"

1 min
250


ପୃଥିବୀ ପୃଷ୍ଟର ପ୍ରଥମ ଆଲୋକ 

ଦେଖି ଅଛି ଯାହା ପାଇଁ

ମନର ଆବେଗ ନ କହିବା ପୂର୍ବରୁ

ବୁଝିଥାଏ ଯିଏ ଜାଣି l

ପାଦରେ ମୋର କଣ୍ଟା ଫୁଟିଗଲେ 

ତା ଛାତିରୁ ଯାଏ ରକତ ଝରି

ଜୀବନର ଅଙ୍କା ବଙ୍କା ନଈ କୁ

ସଳଖ ଯିଏ କରଇ l

ମା ର ମମତା ସେ ପଣତ କାନି

ଆହା କି ମଧୁର ମିଠା

ତା ପାଖେ ବସିଲେ ଭୁଲି ହୋଇଯାଏ

ଦୁନିଆର ସବୁ ବ୍ୟଥା l

ଇଶ୍ୱରଙ୍କ ଏ ବିଚିତ୍ର ଲୀଳା

ମା ରୂପେ ସେ ଦେଲେ ଅତୁଳା

ଦେବତା ତୁଲ୍ୟ ହୃଦୟ ତାର 

ସ୍ନେହ ସରାଗ ଭରା,ତାହାରି ବାଣୀ ଶକତି ମୋର

ବଞ୍ଚିବାର ସାହାରା l


Rate this content
Log in

Similar oriya poem from Inspirational