STORYMIRROR

sipun sahu

Inspirational

4  

sipun sahu

Inspirational

ବାପା

ବାପା

1 min
1

ଦେବ ନୁହନ୍ତି ସେ ଦେବତା ତୁଲ୍ୟ 

ତାଙ୍କ ସରି କିଏ ହେବ


ଏ ମର୍ତ୍ତ୍ୟ ସଂସାରେ ମଣିଷ ରୂପରେ

ରଖିଛନ୍ତି ସିଏ ଭାବ ।


ନିଜ ଜୀବନର ସମସ୍ତ ସୁଖକୁ

ମୋ ପାଇଁ କରି ଉତ୍ସର୍ଗ


ବଢାଇଛନ୍ତି ସେ ମୋହରି ମହତ୍ତ୍ୱ 

ଦେଖାଇ ଉଚିତ୍ ମାର୍ଗ ।


ଜୀବନର ଅର୍ଥ ନୁହଁଇ କେବଳ

ବୃକ୍ଷର ପତ୍ର ସଦୃଶ 


ଅନ୍ୟ ପାଇଁ ନିଜ ଜୀବନ ପଥକୁ

ଋତୁ ପ୍ରାୟେ କରି ଶେଷ ।


ଜୀବନ ଅଟଇ ବୃକ୍ଷ ମୂଳ ପରି 

ଭୂମି ତଳେ ରହି ସଦା


ଅନ୍ୟକୁ ଖୁସିରେ ରଖିବା ପାଇଁ କି

ସହିଥାଏ ଦୁଃଖ ବ୍ୟଥା ।


ଶିଖାଇଛନ୍ତି ସେ ମୋହର କର୍ତ୍ତବ୍ୟ 

ସମସ୍ତ ପ୍ରାଣୀଙ୍କ ହିତେ 


ଏବେ ଭାବୁଛି ମୁଁ ଏକୁଟିଆ ବସି 

କେଡେ ମହାନ ସେ ସତେ ।


ଜନ୍ମଠାରୁ ମୁହିଁ ତୁମକୁ ମୋହର 

ମାନିଅଛି ଭଗବାନ 


ଯଦି ଭଗବାନ ଥିବେ ଏ ଜଗତେ 

ଅବଶ୍ୟ ତୁମଠୁ ନ୍ୟୁନ ।


ଦେଖାଇ ପାରୁନି ମୁହିଁ ଯେ ତୁମକୁ

ମୋ ମନର ଭଲପାଇବା 


ତୁମର ନାମରେ ମୋର ପରିଚୟ 

ଜାଣିନ କି ତମେ ବାପା ।


Rate this content
Log in

Similar oriya poem from Inspirational