STORYMIRROR

sipun sahu

Abstract Others

3  

sipun sahu

Abstract Others

ଆହେ ଚକାଡୋଳା

ଆହେ ଚକାଡୋଳା

1 min
275


ଲୁହରେ ଲେଖିଛି ହୃଦୟର ଭାଷା 

ପଢି ନବ ଆହେ ପ୍ରଭୁ l

ରକ୍ଷା କର ଏ କରୋନା ଦାଉରୁ

ଜଗତ ହେଲାଣି କାବୁ..


ଧନୀ ଗରୀବର ଅନ୍ତ ଘଟିଛି 

କରୋନାର ପ୍ରକୋପରେ l

ମଣିଷ ଆଜି ଆତ୍ମହରା ହୁଏ 

ଜୀବନର ଅଭିପ୍ରାୟେ ll


ସତେକି ଆଜି ପକୃତି ତାଣ୍ଡବ

ଖେଳୁଛି ଦୁନିଆ ରଙ୍ଗ ମଞ୍ଚରେ l

ବେଳ ଥାଉ କରୋନାକୁ ବିନାଶ 

କର ହେ ତୁମ ସୁଦର୍ଶନ ଚକ୍ରରେ ll


ଦୟା କର ପ୍ରଭୁ ଦୟାରେ ତୁମର

ଜଗତର ମଙ୍ଗଳ

ତୁମ ବିନା ପ୍ରଭୁ ନାହିଁ ଯେ ଉପାୟ

ରକ୍ଷା କର ରକ୍ଷା କର ll



Rate this content
Log in

Similar oriya poem from Abstract