STORYMIRROR

Khetrabasi Behera

Classics Inspirational Others

3  

Khetrabasi Behera

Classics Inspirational Others

ମା ମୋରି ମା

ମା ମୋରି ମା

1 min
245


ମନ ଯାହାର ମମତା ଭରା

ପ୍ରେମ ଯାହାର ଅମୃତ ଝରା

କରେ ନାହିଁ କେବେ ଛଳନା 

ତା ପ୍ରେମରେ ନାହିଁ ତ ସୀମା

ତୁ ମା ମୋରି ମା........


ତୋ ହାତ ଧରି ମା ଚାଲି ଶିଖିଲି

ତୋରି ପାଇଁ ମା ଦୁନିଆ ଦେଖିଲି

ମା ତୁ ସବୁ ଦୁଃଖ କଷ୍ଟ ସହି

ପଣତ ସାଇତି ଛୁ ମୋରି ପାଇଁ

ତୁ ମା ମୋରି ମା..........


ମା ତୁ ଭୋକରେ ରହି 

ମୋତେ ଦେବୁ ଖୁଆଇ

ମା ମୋ ଆଖିରେ ଲୁହ

ତୁ ଦେଖି ପାରୁନା ସହି

ତୁ ମା ମୋରି ମା.......


ତୋ ଠାରୁ ମା ବଡ଼ ନାହିଁ ଜଗତରେ

ସାରା ଦୁନିଆ ଟା ତୋ ପାଦ ତଳେ

ମୋତେ ଛାତି ରେ ରଖୁ ସ୍ପନ୍ଦନ କରି

ତୋ ଆଖିରେ ରଖିଛୁ କଜଳ କରି

ତୁ ମା ମୋରି ମା........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics