Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ଲୁହରେ ଲେଖା ତୋ ନାଁ

ଲୁହରେ ଲେଖା ତୋ ନାଁ

1 min
121



ମନ ଚୋରି କଲୁ ଭରସା ବି ଦେଲୁ

ସମ୍ପର୍କ ବନ୍ଧନେ ନେବାକୁ ତୋଳି

କେଉଁ ଦୋଷ ଥିଲା ମୋତେ ପର କରି

ଆନ ହାତ ଧରି ଗଲୁ ତୁ ଚାଲି ।


ମିଛ ସଂସାରରେ କେ ନୁହେଁ କାହାର

ବୁଝି ବି ଅବୁଝା ହୁଅଇ ମନ

ପୂର୍ଣ୍ଣିମା ଆସିଲେ ହାତଠାରି ଡାକେ

ସତେ କି ଆକାଶେ ପୀରତି ଜହ୍ନ !


ଜୋଛନାରେ ଭିଜି ଯାଉଥିଲେ ହଜି

କିପରି ତୋଳି ପୀରତି ସଉଧ

ଯେତେସବୁ ସ୍ମୃତି ମନ ତଳେ ମାତି

ଗାଇ ଉଠଇ ବିରହ ସଙ୍ଗୀତ ।


ଯେତେ ଥର ମୋର ମନକୁ ପଚାରେ

ଗୋଟିଏ ଉତ୍ତର ପ୍ରତିଧ୍ବନିତ

ହରାଇ ସକଳ ବିଶ୍ବାସ ଭରସା

ଛଳନାରେ ତୋର ମୁଁ ପ୍ରତାରିତ ।


ପ୍ରତାରଣାରେ କି ଅସହ୍ୟ ବେଦନା

ଆଜି ଅଙ୍ଗେଅଙ୍ଗେ ଲିଭାଉଅଛି

ମରମ ପୋଡୁଛି ହୃଦୟ ଜଳୁଛି

ଲିଭାଇବାକୁ ବା ଆଉ କେ ଅଛି ! 


ଶେଷ କଥା ମୋତେ କହି ଦେଇଗଲୁ

ସୁଖରେ ଜୀବନ ଜୀଇଁବା ପାଇଁ

ତୁହି ପରା ମୋର ସବୁ ଖୁସି ସୁଖ 

ଜାଣି ବି ଅଜଣା ଗଲୁ ତୁ ହୋଇ ।


ପ୍ରେମ ଚିରନ୍ତନ ପ୍ରେମ ହିଁ ଶାଶ୍ବତ

ତୋଠାରେ ପ୍ରଥମ ତୋଠାରେ ଶେଷ

ଏ ଜନମ ପାଇଁ ଲୁହ ମାଖି ହୋଇ

ରହିଗଲା ମନେ ଯା' ଅବଶୋଷ ।


ଆନକୁ ନିଜର କରି ପାରିବିନି

ତୁହି ଥିଲୁ ପରା ମୋର ଦୁନିଆ

ଏକାନ୍ତ ନିଜର ସାଥୀ ଲୁହ ମୋର

ଚିରଦିନ ସେଥେ ଲେଖା ତୋ ନାଁ ।




Rate this content
Log in

Similar oriya poem from Inspirational