STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଲୁହବର୍ଷା

ଲୁହବର୍ଷା

1 min
246


କହିନାହିଁ କେହି ମୋ ଲୁହ ଟୋପାଏଟି

ବରଷାର ଏକ ବିନ୍ଦୁ ଗଢ଼ିଦେଇପାରେ ସିନ୍ଧୁ

ବରଷା ବିନ୍ଦୁରେ ଦିଶେ ମୁହଁ କାଚକେନ୍ଦୁ

ଲୁହ ସାଥେ ସମୟ ବୟସ ପରଖି ଜଳବିନ୍ଦୁ

ଆଖି କୋଣେ ଗଙ୍ଗା ଲୁହ ହୋଇ ବହେ ବିନ୍ଦୁ ବିନ୍ଦୁ

ଗଢିପାରେ ଇତିହାସ ଅବା କୋଣାର୍କ ଇନ୍ଦୁ

ବରଷା ଟୋପା ପା ଇନ୍ଦ୍ରଙ୍କ ଲୁହ, କାନ୍ଦୁ କାନ୍ଦୁ

ଝରିଆସେ ମେଘ ରାଇଜରୁ ଧରାର ମୁକ୍ତା ବିନ୍ଦୁ

ବରଷକେ ଥରେ ଇନ୍ଦ୍ରଙ୍କ ଆଖିରେ ପୋଛିବାକୁ ଅଳନ୍ଧୁ

ପରୀମାନେ କାଳେ ହାତପାପୁଲିରେ ଧରି ଛନ୍ଦୁ ଛନ୍ଦୁ

ଝରିଆସେ ଶ୍ରାବଣରେ ଶ୍ରାବଣୀ ହୋଇ ବାନ୍ଧୁ ବାନ୍ଧୁ

ଲୁହର ଶକ୍ତି ପରଖିବା ପାଇଁ ବର୍ଷା ହୁଏ ସିନ୍ଧୁ

କୋଉ ସିନ୍ଧୁ ତଟେ ସୌଦାଗର ବିପଣି ତୋହର

ମନ ପ୍ରଜାପତି ଉଡେଇଦେ ଥରେ ଡେଇଁ ସେ ସାଗର ସିନ୍ଧୁ

ଲେଖିଦେଇ ଆସୁ ଇନ୍ଦ୍ରଧନୁରେ ଲୁହର କୋଣାର୍କ ଚନ୍ଦ୍ରବିନ୍ଦୁ

ଲୁହ ଓ ବରଷା ସୌମ୍ୟ ସାମ୍ୟତା ଭିତରେ ଟୋପାଏ ଜଳବିନ୍ଦୁ

ବୁଝିଯାଉ ବିଦେଶୀ ପରଦେଶୀ ଆପଣାର ବନ୍ଧୁ

ଲୁହ ଜିଣିପାରେ କିଣିପାରେ ବର୍ଷାରୁ ଉତ୍ପନ୍ନ ସାତସିନ୍ଧୁ

କାନ୍ଦ ନୁହେଁ ଅଶ୍ରୁବି ନୁହେଁ ଲୁହ ଆଖି କୋଣ ବର୍ଷାବିନ୍ଦୁ

ସବୁ ଋତୁରେ ଯେ ଶ୍ରାବଣୀ ପାଲଟି ଫଳାଏ କେନ୍ଦୁ

ଗଙ୍ଗା ମାତାଙ୍କର ଅନେକ ରୂପରୁ ଆଖିର ମୌସୁମୀ ଇନ୍ଦୁ

କେବେ ହସ ପାଖୁଡାଏ କେବେ କ୍ଷେପଣାସ୍ତ୍ର ଫାନ୍ଦ ଫାନ୍ଦୁ

ଦରଦୀ ମନର ଅକୁହା କଥାରୁ ଚଉଠେ ପଦ୍ମବିନ୍ଦୁ ଇନ୍ଦୁ ।


రచనకు రేటింగ్ ఇవ్వండి
లాగిన్

Similar oriya poem from Abstract