STORYMIRROR

DILIP KUMAR SAHOO

Children

3  

DILIP KUMAR SAHOO

Children

ଲୁହ

ଲୁହ

1 min
212

ଲୁହ ଆଉ ଆଖି

ଦୁହେଁ ଦୁହିଁଙ୍କ ସାକ୍ଷୀ ,

 ଦୁନିଆକୁ ଦେଖେ ଆଖି,

ସୁଖ ଦୁଃଖ ଦେଖିଦେଖି

ଲୁହଯାଏ ନିତିଦିନ

ନୂଆ ଗପ ଲେଖି 

ଲୁହ ଆଉ ଆଖି ।

ଦୁଃଖ ଯେବେ ବଳିଯାଏ

ଆଖି ଢାଳେ ଲୁହ

ପାରେନାହିଁ ସହିସେତ

ବୁକୁତଳ କୋହ ।

ସଫଳତା ମିଳିଗଲେ

ମନ ହୁଏ ଖୁସି

ଆନନ୍ଦରେ ଲୁହ ହୁଏ

ଆଖି ତଳେ ନେସି ।

ଆଖିରେତ ପଡିଗଲେ

ଧୂଳି ଅବା ମଳି

ନିମିଷକେ ଆଖି ଯାଏ 

ଲୁହ ଢାଳିଢାଳି ।

ଅତି ରାଗ ପାଟି ଆମ

ପାରେନାହିଁ ସହି

ଅତି ରାଗ ଖାଉଖାଉ

ଲୂହ ଆସେ ବହି ।

ଆଖିରେତ ରୋଗହେଲେ

ବହୁଥାଏ ଲୁହ

ଆଖିର ଯନ୍ତ୍ରଣା ଭାଇ

ସବୁଠୁ ଅସହ୍ୟ ।

ଆଖିରୁତ ଅବିରତ

ଝରେ ଯଦି ଲୁହ

ଡାକ୍ତରଙ୍କ ପରାମର୍ଶ

କରିବ ନିଶ୍ଚୟ ।

ଶୁଖିଲା ଆଖିବି ଜାଣ

ନୁହେଁ ଜମା ଭଲ

ଲୁହ ବିନା ଆଖି ହୁଏ

ଭାରି କଲବଲ ।

ଆଖିର ଯତନେ ଭାଇ

କରିବନି ହେଳା

ହେଳା କଲେ ଲୁହ ହେବ

ତମସାର "ଘୋଳା"



Rate this content
Log in

Similar oriya poem from Children