STORYMIRROR

Sudhir Kumar Panda

Tragedy

3  

Sudhir Kumar Panda

Tragedy

ଲୁହ

ଲୁହ

1 min
179


ବିନା ଲୁଣରେ,

ବିନା ଲୁହରେ

ସମୁଦ୍ରେ ଶୋଷ ନେଇ

ଜୀଇଁଥାନ୍ତା ଜୀବନ। 


ବିନା ଲୁଣ

ସବୁ ପାଣିଚିଆ -

ସମ୍ପର୍କ 

ବ୍ୟଞ୍ଜନ 

ନୟନ।


ଦୁଇ ଧାର

ଲବଣାକ୍ତ ଅଶ୍ରୁ 

ଝରିଯାଏ

ଦର୍ଶାଏ ସେ

ସମ୍ପର୍କର

ସ୍ପନ୍ଦନ ।


ଦୁଇ ଠୋପା

ଯଦି ଖସେ

ଖୁସିର ନିଦର୍ଶନ। 


ଦୁଇ ଧାର

ଅବିରତ

ଦୃଶ୍ୟ ବା ଅଦୃଶ୍ୟ ଗତ, 

ଦୁଃଖର ସେ

ଆଷାଢ଼ ଓ ଶ୍ରାବଣ। 


ଯେତେ ଥାଏ

ଲୋଭ, ମୋହ

ଅନ୍ତରର ଯେତେ କୋହ

ଝରିଯାଏ ହୋଇ ଲୁହ 

ହୃଦୟ ହାଲକା ସତେ

ଦଲକାଏ ପବନ। 


ଯେତେ ଥାଉ ହସ ଖୁସି

ଯଦି ଥାଅ ଦୁଃଖେ ବସି 

ଅଥବା ଭାବରେ ରସି

ଯଦି ତମେ କାନ୍ଦିନ, 

ଜାଣି ରଖ ଶୁଖା ଶୁଖା

ରସକୁ କରି ଅଚଖା 

କାଟିଦେଲ ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Tragedy