ଲୁହ
ଲୁହ
ଶିଶୁର ଆଖିରେ ଲୁହର ଭାଷାକୁ
ମା’ ତ ବୁଝିପାରଇ |
ମାତୃପ୍ରେମ ପାଇ ସେଇ ଲୁହ ପୁଣି
ଶିଶୁର ଓଠେ ଖେଳଇ ||୧
ପ୍ରମିକା ଆଖିର ଲୁହର ଭିତରେ
ଦରଦ ଦେଖଇ ପ୍ରେମିକ |
ବିରହ ବେଦନା ଝରାଏ ତ ଲୁହ
ଲୁହ ତ ଭାବର ପ୍ରତୀକ ||୨||
ଝିଅର ବିଦାୟୀ ବେଳର ଦରଦ
ଅମାନିଆଁ ଅଶ୍ରୁଧାରା |
ଅଝଟ ପଣରେ ଅବିଶ୍ରାନ୍ତ ବୋହେ
ପାଏ ନାହିଁ ସେ କିନାରା ||୩||
ଆବେଗର ଅଶ୍ରୁ ଦଃଖର ସେ ଅଶ୍ରୁ
ଭାବ କରିଥାଏ ପ୍ରକାଶ |
ଲୁହ ଝରୁଥାଏ ହା’ ହତାଶରେ
ନିରାଶ ର ପରା ଆଭାସ ||୪||
ପଣତକାନିରେ ମା’ ପୋଛିଦେଲେ ଲୁହ
ହାଲୁକା ହୁଅ ଇ ମନ |
ସବୁ ଦୂଃଖକଷ୍ଟ ଆଖିପିଛୁଳାକେ
ହୋଇଯାଏ ଅନ୍ତର୍ଧାନ ||୫||
