STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Tragedy

3  

ଓଡ଼ିଆ ଗଳ୍ପ ଓ କବିତା - ୩

Tragedy

ଲୁହ ନୁହେଁ ସେତ ହୃଦୟର କୋହ

ଲୁହ ନୁହେଁ ସେତ ହୃଦୟର କୋହ

1 min
14.4K


🌹❤🌹ମହାସ୍ମୀତା 🌹❤🌹


ଲୁହ ନୁହେଁ ସେତ ହୃଦୟର କୋହ

କେମିତି ଝରୁଛି ଦେଖ

ସେ ଆଖିରୁ ଆଜି ଶ୍ରାବଣ ଝରୁଛି

ବତୁରେ ତ ପଛପାଖ

ମନ ତ ଏମିତି ଅମାନିଆ ଅଟେ

ଚଗଲି ନଈର ଧାର

ମନର ମଣିଷ ନ ମିଳିଲେ ସେଠି

ମରିଚିକା ହା ହା କାର

ସ୍ମୃତି ତ ଏମିତି ମନ କାଚଘରେ

ଜଉ ବନ୍ଧା ଜରିଟିଏ

ପୂବେଇ ପବନ ଟିକେ ବାଜିଗଲେ

ଫରଫର ଉଡୁଥାଏ

ମନ ତଳ ଛୋଟ ଘରଟିରେ ଯେବେ

ତୁମ ସ୍ମୃତି ଉଙ୍କିମାରେ

ଅଭିସାରିକା ମୁଁ ପ୍ରୀତିର ନାୟିକା

ଅଭିମାନେ ଝୁରିମରେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy