ଲୋ ଦୀପାଳି
ଲୋ ଦୀପାଳି
ରହିଛି ମହତ୍ତ୍ଵ କେତେ ତୋର
ନିର୍ମିତ କରିଛି
କୁମ୍ଭାର
ଯତ୍ନ ଓ ଭକ୍ତିରେ
ତୋତେ ଲୋ ଦୀପାଳି
ଘିଅ ସଳିତା ଥିବ ବୋଳିତା
ଆଲୋକିତ କରିବୁ
ଅଯୋଧ୍ୟାପୁର
ରାମଙ୍କ ଭକ୍ତି ପ୍ରୀତି ଶ୍ରଦ୍ଧାରେ
ଚାଲି ଆସୁ ଅଛି
ପରମ୍ପରା ତ୍ରେତୟା ଯୁଗରୁ
ସନାତନ ପର୍ବ ଏହା ହିନ୍ଦୁଙ୍କର
ସଂସ୍କୃତି ସଂସ୍କାର
ଦୀପା ଉତ୍ସବ
ସତ୍ୟ ପଥ ଦିଏ ଅନ୍ଧକାରୁ ଯେ ଆଲୁଅର
ପର୍ବ ଏ ଦୀପାବଳି
ଘର ଘର ତୁ ଦୀପାଳି ଆଲୁଅରେ କରୁ ଆଲୋକିତ
କୃଷ୍ଣ ରାମଙ୍କ ଏହୁ ଭାରତବର୍ଷରେ
ମହିମା ଅପାର
ଦୀପାଳି ଲୋ ତୋର
ପୂଜା ତୋର ବିନ ନାହିଁ ଦିଅଁ ଙ୍କ ପୂଜନ
ଦୀପ ଉତ୍ସବେ ତୋର ମନ ଯେ ଉଚ୍ଛନ୍ନ
ହୋଇ ପ୍ରଜ୍ଜ୍ଵଳିତ
ଆଲୋକିତ କରୁ
ଏ ମର୍ତ୍ତ୍ୟଧାମ
ଦୀପାଳି ତୁ ଲୋ
ତୋର ବିନୁ ନାହିଁ
ଭକ୍ତି ଓ ପୂଜନ
ଲୋ ଦୀପାଳି ହିନ୍ଦୁ ସଂସ୍କୃତି ସଂସ୍କାରେ
ଆଗୁଆ ତୁ ଲୋ
ମହତ୍ତ୍ଵ ଅତି ଯେ ତୋର .........।