ଲକ୍ଡ଼ାଉନ ଖୋଲିବାପରେ
ଲକ୍ଡ଼ାଉନ ଖୋଲିବାପରେ
ଭାସିଆସିଛି ମୁରୁକି ମୁରୁକି ହସ
ଖୋଲି ଗଲା ରୁନ୍ଧଦ୍ଵାର
ଶୁଭୁଚି ଘର୍ ଘର୍ ନାଦ
ମୁଦ୍ରିତ ଆଖିପତା
ଯାଇଛି ଉଲ୍ଲସି
କାତର ମନ ରହିଥିଲା ଚାହିଁ
ଖୋଲି ଦେଲା ତା ନିବୃତ୍ତ କୋଠରୀ
ଆଉ ବସୁନି ମନମାରି
ଗିଳି ଦେଇ ଥିଲା ଯାହା
କରୋନା ଅସୁରୀ
ତଥାପି ମିଳିନି ନିସ୍ତାର
ଜିଣି ବାକୁ ତାକୁ ଗୋଟିଏ ଅସ୍ତ୍ର
ସାମାଜିକ ଦୂରତ୍ୱ
ବାରମ୍ବାର ହାତକୁ ଧୁଅ
ନିଶ୍ଚିତ ଜିଣିବ ବିଶ୍ୱ ।
